Advertisment

ମହାମାରୀ ବେଳେ ସ୍କୁଲ ମାଲିକଙ୍କ ଶୋଷଣ !

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସମୟରେ ଜଣେ ଆଉ ଜଣକୁ ସହଯୋଗ ଓ ସାହାଯ୍ୟ କରିବା ମାନବିକତାର ପରିଚୟ । କିନ୍ତୁ ବଲାଙ୍ଗିର ଜିଲ୍ଳାର ଟିଟିଲାଗଡରେ ଅବସ୍ଥାପାତି ଓମଭ୍ୟାଲି ସ୍କୁଲ ପକ୍ଷରୁ  ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ଶୋଷଣ ନେଇ ଅଭିଯୋଗ ହୋଇଛି। ଗତ ତିନିମାସ ହେବ ୧୩୦ ପ୍ରତିଶତ ଅହେତୁକ ଫି ବୃଦ୍ଧିକୁ ବିରୋଧ କରି ଆସୁଛନ୍ତି ଅଭିଭାବକ।  ଏପରିକି ହାଇକୋର୍ଟରେ ବି ରିଟ ପିଟିସନ ଦାଖଲ କରିଛନ୍ତି ଅଭିଭାବକ। ଜିଲ୍ଳା ଶିକ୍ଷା ଅଧିକାରୀଙ୍କ ପାଖକୁ […]

ମହାମାରୀ ବେଳେ ସ୍କୁଲ ମାଲିକଙ୍କ ଶୋଷଣ !

gkl

Advertisment

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସମୟରେ ଜଣେ ଆଉ ଜଣକୁ ସହଯୋଗ ଓ ସାହାଯ୍ୟ କରିବା ମାନବିକତାର ପରିଚୟ । କିନ୍ତୁ ବଲାଙ୍ଗିର ଜିଲ୍ଳାର ଟିଟିଲାଗଡରେ ଅବସ୍ଥାପାତି ଓମଭ୍ୟାଲି ସ୍କୁଲ ପକ୍ଷରୁ  ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ଶୋଷଣ ନେଇ ଅଭିଯୋଗ ହୋଇଛି। ଗତ ତିନିମାସ ହେବ ୧୩୦ ପ୍ରତିଶତ ଅହେତୁକ ଫି ବୃଦ୍ଧିକୁ ବିରୋଧ କରି ଆସୁଛନ୍ତି ଅଭିଭାବକ।  ଏପରିକି ହାଇକୋର୍ଟରେ ବି ରିଟ ପିଟିସନ ଦାଖଲ କରିଛନ୍ତି ଅଭିଭାବକ। ଜିଲ୍ଳା ଶିକ୍ଷା ଅଧିକାରୀଙ୍କ ପାଖକୁ ଦଉଡି ଦଉଡି ନୟାନ୍ତ ହେଲେଣି  ସେମାନେ । ପାଖାପାଖି ୫୦ ପ୍ରତିଶତ ପିଲା ବର୍ତ୍ତମାନ ସୁଦ୍ଧା ଫି ଦେଇପାରିନାହାନ୍ତି।   ଲାଗିରହିଛି ଅଚଳାବସ୍ଥା  ।

Advertisment

ଦିନକ ତଳେ  ଟିଟିଲାଗଡରେ ଓମଭେଲି ସ୍କୁଲର ଅଭିଭାବକ ଏକ ଗଣମାଧ୍ୟମ ସମ୍ମିଳନୀ ଡାକିଥିଲେ।  ଓମଭେଲି ସ୍କୁଲର ମନମାନୀକୁ ନେଇ ସାମ୍ବାଦିକଙ୍କୁ ଅବଗତ କରିଥିଲେ।  ମହାମାରୀ ସମୟରେ ଲୋକେ ଦୁର୍ବଳ ଆର୍ଥିକ ସ୍ଥିତି ଦେଇ ଗତିକରୁଥିବା ବେଳେ ଓମଭେଲି ସ୍କୁଲ ୧୩୦ ପ୍ରତିଶତ ଫି ବୃଦ୍ଧି କରି ସାରା ଦେଶରେ ରେକର୍ଡ କରିଛି  । ବିଭିନ୍ନ ଆଳ ଦେଖାଇ ୫୦ ପ୍ରତିଶତ ଅଭିଭାବକଙ୍କ ଠାରୁ ବର୍ଦ୍ଧତ ଫି ଆଦାୟ କରିଥିବା ବେଳେ ଆଉ ୫୦ ପ୍ରତିଶତ ଫି ଦେଇପାରିନାହାନ୍ତି ଅଭିଭାବକ।  ଏଭଳି ଅହେତୁକ ଫି ବୃଦ୍ଧିକୁ ନେଇ ଜିଲ୍ଳା ଶିକ୍ଷା ଅଧିକାରୀ ତାଗିଦ କରିବା ସହିତ କାରଣ ଦର୍ଶାଅ ନୋଟିସ ବି ଦେଇଥିଲେ ।

କିନ୍ତୁ ବିଭିନ୍ନ ବାହାନା ଦେଖାଇ ଜବାବ ରଖିଥିଲେ ସ୍କୁଲ କର୍ତ୍ତୃପକ୍ଷ। ଏବେ ଶିକ୍ଷା ବିଭାଗର ଉଚ୍ଚ ପଦାଧିକାରୀଙ୍କୁ ଘଟଣା ସଂର୍ପକରେ ଅବଗତ କରିଥିବା କହିଛନ୍ତି ଜିଲ୍ଳା ଶିକ୍ଷା ଅଧିକାରୀ । କିନ୍ତୁ ଜିଲ୍ଳା ପ୍ରଶାସନ ଠାରୁ ନିରାଶ ହେଲା ପରେ ହାଇକୋର୍ଟଙ୍କ ପାଖରେ ଏକ ରିଟ ପିଟିସନ ଦାଖଲ କରିଛନ୍ତି  ଭିଭାବକ ସଂଘ।   ଜିଲ୍ଳା ଶିକ୍ଷା ଅଧିକାରୀ ନିଷ୍ପତ୍ତି ଦେଇନଥିବାରୁ ଘଟଣାରେ ହସ୍ତକ୍ଷେପ କରିବା ପାଇଁ ହାଇକୋର୍ଟ ମନା କରିଦେଇଥିବା ବେଳେ ଫି ବୃଦ୍ଧିକୁ ନେଇ କଡା ମନ୍ତବ୍ୟ ଦେଇଥିଲେ ହାଇକୋର୍ଟ  । ସିବିଏସ୍ଇ ଢାଞ୍ଚା ଅନୁଯାୟୀ, ଫି ବୃଦ୍ଧି କରାଯାଇପାରିବ ।  ତେଣୁ ନିୟମ ମୁତାବକ ଫି ବୃଦ୍ଧି କରିବା ପରିବର୍ତ୍ତେ ସ୍କୁଲ ମାଲିକ ମନମାନୀ କରିପାରିବେ ନାହିଁ ବୋଲି ରୋକଠୋକ କହିଛନ୍ତି ହାଇକୋର୍ଟ। ଏପରିକି ପିଲା ମାନଙ୍କୁ ଅନଲାଇନ ପାଠପଢାରୁ ବାରଣ କରାଯାଇଥିବାରୁ ହାଇକୋର୍ଟ ତାଗିଦ କରିଥିଲେ ।   ତେଣୁ ଦୁଇଦିନ ହେବ ଫି ଦେଇନଥିବା  ପିଲାଙ୍କୁ ଅନଲାଇନ ପାଠପଢା ପାଇଁ ଅନୁମତି ଦେଇଛି ସ୍କୁଲ ମ୍ୟାନେଜମେଣ୍ଟ । କିନ୍ତୁ ଦେଶରେ ରେକର୍ଡ ସଂଖ୍ୟକ ୧୩୦ ପ୍ରତିଶତ ଫି ବୃଦ୍ଧିକୁ ନେଇ ଏବେ ବି ଲାଗିରହିଛି ଅଚଳାବସ୍ଥା।   ହେଲେ ଏନେଇ କୌଣସି ପ୍ରତିକ୍ରିୟା ଦଉ ନାହାନ୍ତି ସ୍କୁଲ ମାଲିକ କି ଅଧ୍ୟକ୍ଷ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe