ବାଲେଶ୍ୱର ସଦର ଉପନିର୍ବାଚନ: କେତେ ଭୋଟ୍ ପାଇଲେ ବେଣୁ ମଉସା?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଉପନିର୍ବାଚନ ପାଇଁ ଆଜି ଭୋଟ୍ ଗଣତି ଜାରି ରହିଛି। ଏପର୍ଯ୍ୟନ୍ତ ୧୪ ରାଉଣ୍ଡର ଭୋଟ୍ ଗଣତି ଶେଷ ହୋଇଛି। ତେବେ ବାଲେଶ୍ୱର ଉପନିର୍ବାଚନ ଜଣେ ପ୍ରାର୍ଥୀଙ୍କ ପାଇଁ ଚର୍ଚ୍ଚାରେ ଥିଲା। ସେ ହେଉଛନ୍ତି ବେଣୁଧର ବାରିକ। ସୋଶାଲ୍ ମିଡିଆରେ ବିଜେଡି ଓ ବିଜେପିଠାରୁ ଅଧିକ ଚର୍ଚ୍ଚାରେ ଥିଲେ ବେଣୁ ମଉସା। ତେବେ ଆଜି ଭୋଟ୍ ଗଣତିରେ ବେଣୁ ମଉସାଙ୍କୁ କେତେ ଭୋଟ୍‌ ମିଳିଲା, ତାକୁ ନେଇ ସବୁ ଚର୍ଚ୍ଚା। ୧୪ ରାଉଣ୍ଡ […]

benu

Ranjit Kumar Jena
  • Published: Tuesday, 10 November 2020
  • , Updated: 10 November 2020, 04:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଉପନିର୍ବାଚନ ପାଇଁ ଆଜି ଭୋଟ୍ ଗଣତି ଜାରି ରହିଛି। ଏପର୍ଯ୍ୟନ୍ତ ୧୪ ରାଉଣ୍ଡର ଭୋଟ୍ ଗଣତି ଶେଷ ହୋଇଛି। ତେବେ ବାଲେଶ୍ୱର ଉପନିର୍ବାଚନ ଜଣେ ପ୍ରାର୍ଥୀଙ୍କ ପାଇଁ ଚର୍ଚ୍ଚାରେ ଥିଲା। ସେ ହେଉଛନ୍ତି ବେଣୁଧର ବାରିକ।

ସୋଶାଲ୍ ମିଡିଆରେ ବିଜେଡି ଓ ବିଜେପିଠାରୁ ଅଧିକ ଚର୍ଚ୍ଚାରେ ଥିଲେ ବେଣୁ ମଉସା। ତେବେ ଆଜି ଭୋଟ୍ ଗଣତିରେ ବେଣୁ ମଉସାଙ୍କୁ କେତେ ଭୋଟ୍‌ ମିଳିଲା, ତାକୁ ନେଇ ସବୁ ଚର୍ଚ୍ଚା। ୧୪ ରାଉଣ୍ଡ ଭୋଟ୍ ଗଣତି ସୁଦ୍ଧା ବେଣୁ ମଉସାଙ୍କୁ ମାତ୍ର ୪୬୬ ଖଣ୍ଡ ଭୋଟ୍ ମିଳିଛି, ଯାହାକି ଅତ୍ୟନ୍ତ ନୈରାଶ୍ୟଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ।

ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିବା ବେଣୁ ମଉସାଙ୍କୁ ନେଇ ସୋଶାଲ୍ ମିଡିଆରେ ଖୁବ୍ ପ୍ରଶଂସା ମିଳିଥିଲା। ଏପରିକି ଓଡ଼ିଆ ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ଭୋଟ୍‌ ଗଣତିରେ ବେଣୁ ମଉସା ବହୁ ପଛରେ ପଡ଼ିଯାଇଛନ୍ତି।

୧୪ ରାଉଣ୍ଡ ସୁଦ୍ଧା ବିଜେଡି ତା'ର ଅଗ୍ରଣୀ କାଏମ୍ ରଖିଛି। ବିଜେଡି ୫୧,୦୯୩ ଭୋଟରେ ଆଗରେ ଥିବା ବେଳେ ବିଜେପି ୪୪,୬୧୭ ମତଦାନ ପାଇ ୨ୟରେ ରହିଛି। ସେହିପରି କଂଗ୍ରେସ ୩୩୩୭ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଛି।

Related story