ବାଲେଶ୍ୱର ମେଡିକାଲ୍‌ରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପ୍ରତ୍ୟାହାର କଲେ ଡାକ୍ତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍‌ ସ୍ପେଶାଲିଷ୍ଟ୍ ଡାକ୍ତର ଭରତ ସାମଲଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ଆଜି ସକାଳୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ ଡାକ୍ତରଖାନାର ସମସ୍ତ ଡାକ୍ତର। ସୁରକ୍ଷା ମିଳିଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଡାକ୍ତରମାନେ କହିଥିଲେ। ତେବେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛନ୍ତି। ସୁରକ୍ଷା ଯୋଗାଇ ଦେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ଡାକ୍ତରମାନେ ଏ ନିଷ୍ପତ୍ତି  ନେଇଛନ୍ତି। ଆହତ ଡାକ୍ତର ଭରତ ସାମଲଙ୍କୁ […]

balasore-hospital

Rakesh Mallick
  • Published: Saturday, 20 August 2016
  • , Updated: 20 August 2016, 09:34 AM IST

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍‌ ସ୍ପେଶାଲିଷ୍ଟ୍ ଡାକ୍ତର ଭରତ ସାମଲଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ଆଜି ସକାଳୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ ଡାକ୍ତରଖାନାର ସମସ୍ତ ଡାକ୍ତର। ସୁରକ୍ଷା ମିଳିଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଡାକ୍ତରମାନେ କହିଥିଲେ। ତେବେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛନ୍ତି। ସୁରକ୍ଷା ଯୋଗାଇ ଦେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ଡାକ୍ତରମାନେ ଏ ନିଷ୍ପତ୍ତି  ନେଇଛନ୍ତି।

ଆହତ ଡାକ୍ତର ଭରତ ସାମଲଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡକୁ ଲୁହା ଛଡ଼ରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।

ଗତକାଲି ରେମୁଣା ବାଳଗୋପାଳପୁର ଅଞ୍ଚଳର କ୍ରିଷ୍ଣା ଦେ ନାମକ ଜଣେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଇମର୍ଜେନସି ଡ୍ୟୁଟିରେ ଥିବା ଡାକ୍ତର ସାମଲ କ୍ରିଷ୍ଣାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ନେବା ପାଇଁ ରୋଗୀଙ୍କ ସର୍ମ୍ପକୀୟଙ୍କୁ କହିଥିଲେ। ଏହାର କିଛି ସମୟ ପରେ କ୍ରିଷ୍ଣାର ମୃତ୍ୟୁ ଘଟିଥିଲା। ଏହାକୁ କେନ୍ଦ୍ରକରି ଡାକ୍ତର ସାମଲଙ୍କୁ  ରୋଗୀଙ୍କ ସମ୍ପର୍କୀୟ ଜଣଙ୍କ ମାଡ଼ ମାରିଥିଲେ।

ଏହି ଘଟଣା ପରେ ସିଡିଏମଓଙ୍କ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ବସିଥିଲା। ପୋଲିସ୍‌ ମୃତ ରୋଗୀଙ୍କ ବାପାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଚିକିତ୍ସା ଅବହେଳାରୁ କ୍ରିଷ୍ଣାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ରୋଗୀଙ୍କ ସମ୍ପର୍କୀୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।

ଡାକ୍ତର ଭରତ ସାମଲ କହିଛନ୍ତି,“ବାଳଗୋପାଳପୁର ଅଞ୍ଚଳର କ୍ରିଷ୍ଣା ଦେ ନାମକ ଜଣେ ରୋଗୀ ଆମ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ। ଆମେ ତାଙ୍କର ଉପଯୁକ୍ତ ଚକିତ୍ସା କରିଥିଲୁ। କ୍ରିଷ୍ଣାଙ୍କ ଅବସ୍ଥା ସଙ୍କଟାପନ୍ନ  ଥିବାରୁ  ତାଙ୍କୁ ଆମେ  କଟକ ବଡ଼ମେଡିକାଲକୁ ରେଫର କରିଥିଲୁ। କିନ୍ତୁ କ୍ରିଷ୍ଣାଙ୍କ ମୃତ୍ୟୁ ପରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ମୁଁ ବସିଥିବା ବେଳେ ମୋ ଉପରକୁ ଟେବୁଲ ଓ ଚେୟାର ଫୋପାଡ଼ି ଥିଲେ। ମୁଁ ଭୟରେ ପଳାଇ ଆସିବାରୁ ପଛପଟୁ  ଲୁହା ଛଡ଼ରେ ମୋ ମୁଣ୍ଡକୁ ପିଟି ଦେଇଥିଲେ। ”

ରୋଗୀର ସମ୍ପର୍କୀୟଙ୍କ ଦୀପକ ଦେ କହିଛନ୍ତି, “କ୍ରିଷ୍ଣାକୁ ଦେଖିବାକୁ ନର୍ସ ଦିଦିଙ୍କୁ  ଡାକିଥିଲେ ମଧ୍ୟ ଆମ କଥା କେହି ଶୁଣି ନ ଥିଲେ। ଟିକିଏ ଦେଖି ଦେଇ ପଳାଇଯାଇଥିଲେ। ଚିକିତ୍ସା ଅବହେଳାରୁ କ୍ରିଷ୍ଣାର ମୃତ୍ୟୁ ହୋଇଛି।”

Related story