ବାଲେଶ୍ୱର: ଉତ୍ତ୍ୟକ୍ତ ଲୋକଙ୍କୁ କାବୁ କଲେ ମହିଳା ଆଇଆଇସି

ବାଲେଶ୍ୱର: ଉତ୍ତ୍ୟକ୍ତ ଲୋକଙ୍କୁ କାବୁ କଲେ ମହିଳା ଆଇଆଇସି। ଠିକଣା ସମୟରେ ପଦକ୍ଷେପ ଯୋଗୁଁ ଏକ ବଡ଼ ଧରଣର ଅପ୍ରିତିକର ପରିସ୍ଥିତିକୁ ପୋଲିସ ଏଡାଇ ଦେଇପାରିଛି। ବାଲେଶ୍ୱର ପୋଲିସ ଲାଇନ୍‌ ଛକରେ ପିସିଆର ଭ୍ୟାନ ଧକ୍କାରେ ଜଣେ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ପିସିଆର ଭ୍ୟାନକୁ ଭଙ୍ଗାରୁଜା କରିବା ସହିତ ପୋଲିସ ଉପରକୁ ଢେଲା ପଥର ମାଡ଼ କରିଥିଲେ। ଏପରିକି ଉତ୍ତ୍ୟକ୍ତ ଲୋକେ ପିସିଆର […]

balasore-lady-iic-control-public

Rakesh Mallick
  • Published: Thursday, 02 March 2017
  • , Updated: 02 March 2017, 09:54 PM IST

ବାଲେଶ୍ୱର: ଉତ୍ତ୍ୟକ୍ତ ଲୋକଙ୍କୁ କାବୁ କଲେ ମହିଳା ଆଇଆଇସି। ଠିକଣା ସମୟରେ ପଦକ୍ଷେପ ଯୋଗୁଁ ଏକ ବଡ଼ ଧରଣର ଅପ୍ରିତିକର ପରିସ୍ଥିତିକୁ ପୋଲିସ ଏଡାଇ ଦେଇପାରିଛି।

ବାଲେଶ୍ୱର ପୋଲିସ ଲାଇନ୍‌ ଛକରେ ପିସିଆର ଭ୍ୟାନ ଧକ୍କାରେ ଜଣେ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ପିସିଆର ଭ୍ୟାନକୁ ଭଙ୍ଗାରୁଜା କରିବା ସହିତ ପୋଲିସ ଉପରକୁ ଢେଲା ପଥର ମାଡ଼ କରିଥିଲେ। ଏପରିକି ଉତ୍ତ୍ୟକ୍ତ ଲୋକେ ପିସିଆର ଭ୍ୟାନ୍‌କୁ ଓଲଟାଇ ଦେବାକୁ ଉଦ୍ୟମ କରୁଥିବା ବେଳେ ଆଇଆଇସି ପ୍ରଜ୍ଞା ମହାନ୍ତି ସେମାନଙ୍କୁ ଘଉଡାଇ ଥିଲେ। ପ୍ରଜ୍ଞାଙ୍କୁ ଦେଖି ଉତ୍ତ୍ୟକ୍ତ ଲୋକେ ଛତ୍ରଭଙ୍ଗ ଦେଇଥିଲେ। ଫଳରେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିପାରିଥିଲା।

Related story