ଧାନଗଦାରେ ଅଗ୍ନିକାଣ୍ଡ, ଜଣେ ଜୀବନ୍ତ ଦଗ୍ଧ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ନୂଆପଡ଼ିଆ ଗାଁରେ ଅଗ୍ନିକାଣ୍ଡରେ ଏକ ଧାନଗଦା ଭସ୍ମ ହୋଇଯାଇଥିବା ବେଳେ ତା’ ନିକଟରେ ଶୋଇଥିବା ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତାଙ୍କ ନାଁ ଦାମୋଦର ମଲ୍ଲିକ। ବିଡ଼ି ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ଅଧିକାରୀମାନେ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛନ୍ତି। ଦାମୋଦର ଗାଁ ନିକଟରେ ଧାନ କାଟି ଗଦା କରିଥିଲେ। ଷଣ୍ଢ ଖାଇଯିବ ବୋଲି ଗତକାଲି ରାତିରେ ସେ ଧାନଗଦା ନିକଟରେ ଶୋଇ ଥିଲେ। ତେବେ […]

NILAGIRI

Rakesh Mallick
  • Published: Thursday, 05 January 2017
  • , Updated: 05 January 2017, 12:06 PM IST

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ନୂଆପଡ଼ିଆ ଗାଁରେ ଅଗ୍ନିକାଣ୍ଡରେ ଏକ ଧାନଗଦା ଭସ୍ମ ହୋଇଯାଇଥିବା ବେଳେ ତା’ ନିକଟରେ ଶୋଇଥିବା ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତାଙ୍କ ନାଁ ଦାମୋଦର ମଲ୍ଲିକ। ବିଡ଼ି ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ଅଧିକାରୀମାନେ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛନ୍ତି।

ଦାମୋଦର ଗାଁ ନିକଟରେ ଧାନ କାଟି ଗଦା କରିଥିଲେ। ଷଣ୍ଢ ଖାଇଯିବ ବୋଲି ଗତକାଲି ରାତିରେ ସେ ଧାନଗଦା ନିକଟରେ ଶୋଇ ଥିଲେ। ତେବେ ଆଜି ସକାଳ ପ୍ରାୟ ୬ଟା ବେଳେ ସେହି ସ୍ଥାନରୁ ଧୂଆଁ ଓ ନିଆଁ ବାହାରୁଥିବା ଲୋକେ ଦେଖିବାକୁ ପାଇଥିଲେ। ନିଆଁକୁ ଆୟତ କରିବା ପାଇଁ ସେମାନେ ଧାନବିଡ଼ା ଖୋଲିବା ସମୟରେ ଦାମୋଦରଙ୍କ ମୃତଦେହ ପାଇଥିଲେ। ଦମକଳ ବାହିନୀ ନିଆଁକୁ  ଆୟତ କରିଥିବା ବେଳେ ପୋଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

Related story