ମନ ମୋହୁଛି ମିତ୍ରପୁରର 'ବ୍ଲୁ ଲେକ୍'

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପର୍ଯ୍ୟଟନସ୍ଥଳୀର ଅଭାବ ନାହିଁ। କିନ୍ତୁ କିଛି ସ୍ଥାନକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଅଞ୍ଚଳ ଏବେ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏବେ ତାପଙ୍ଗ ଭଳି ଦେଖାଯାଉଥିବା ଆଉ ଏକ ସ୍ଥାନ ଚିହ୍ନଟ ହୋଇଛି। ଆମେ କହୁଛୁ ବାଲେଶ୍ୱର ସହର ଠାରୁ ୨୦ କିଲୋମିଟର ଦୂର ମିତ୍ରପୁର କଥା। ମିତ୍ରପୁରରେ ଏମିତି ଏକ ସ୍ଥାନ ଯାହାର ନାଁ କେପିଏମ ମଛୁଆ ସାହି। ଏହି ଆଦିବାସୀ […]

mitra

Ranjit Kumar Jena
  • Published: Tuesday, 13 October 2020
  • , Updated: 13 October 2020, 02:28 PM IST

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପର୍ଯ୍ୟଟନସ୍ଥଳୀର ଅଭାବ ନାହିଁ। କିନ୍ତୁ କିଛି ସ୍ଥାନକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଅଞ୍ଚଳ ଏବେ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏବେ ତାପଙ୍ଗ ଭଳି ଦେଖାଯାଉଥିବା ଆଉ ଏକ ସ୍ଥାନ ଚିହ୍ନଟ ହୋଇଛି। ଆମେ କହୁଛୁ ବାଲେଶ୍ୱର ସହର ଠାରୁ ୨୦ କିଲୋମିଟର ଦୂର ମିତ୍ରପୁର କଥା।

ମିତ୍ରପୁରରେ ଏମିତି ଏକ ସ୍ଥାନ ଯାହାର ନାଁ କେପିଏମ ମଛୁଆ ସାହି। ଏହି ଆଦିବାସୀ ଅଞ୍ଚଳରେ ରହିଛି ବ୍ଲୁ ଲେକ୍ ହଟସ୍ପଟ୍ ଜୋନ। ସୁନ୍ଦର ପାହାଡ, ସବୁଜ ବନଲତା ସାଙ୍ଗକୁ ନୀଳ ରଙ୍ଗର ହ୍ରଦର ଭ୍ରମ ସୃଷ୍ଟି କରିଛି ଏହି ସ୍ଥାନ। ଦୂରରୁ ଦେଖିଲେ ଲାଗୁଛି ସତେ ଯେମିତି କୌଣସି ଏକ ଜଣାଶୁଣା ହ୍ରଦ। ହ୍ରଦ ମଝିରେ ରହିଛି ପାହାଡ଼ ଆଉ ତା' ଉପରେ ସବୁଜିମା। ପାଖରୁ ଛିଡା ହୋଇ ଦେଖିଲେ ଆଖି ପାଉନି।

ପ୍ରକୃତିର ସୁନ୍ଦରତାରେ ଭରପୁର ହୋଇ ଉଠିଛି ଏହି କେପିଏମ ମଛୁଆ ସାହିର ବ୍ଲୁ ଲେକ୍ ହ୍ରଦ। ପର୍ଯ୍ୟଟକଙ୍କ ଯାତାୟତ ବି କିଛି କମ୍ ନାହିଁ। ଯଦିଓ ଏହି ସ୍ଥାନଟି ଟିକିଏ ଦୂର, ସେଥିପାଇଁ ଲୋକେ ଏହା ବିଷୟରେ ବିଶେଷ ଜାଣିନାହାଁନ୍ତି। ହେଲେ ଆଖପାଖର ଲୋକେ କିଛି ସମୟ ଏଠାରେ ପ୍ରକୃତିର ଶୋଭା ଦେଖିବାପାଇଁ ଆସନ୍ତି। ସ୍ଥାନଟି ଅତି ଆକର୍ଷଣୀୟ ହୋଇଥିବାରୁ ଏଠାରେ କିଛି ଓଡ଼ିଆ ଫିଲ୍ମ ମଧ୍ୟ ସୁଟିଂ ହୋଇଥିବା ସ୍ଥାନୀୟ ପର୍ଯ୍ୟଟକ କହନ୍ତି।

 

ଏହା କୌଣସି ପର୍ଯ୍ୟଟନର ମାନ୍ୟତା ପାଇନି ସତ। ହେଲେ ପ୍ରତିଦିନ ଅନେକ ଲୋକେ ଏଠାକୁ ଆସନ୍ତି। ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳର ବିକାଶ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ତେବେ ଏନେଇ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ କହିବା କଥା ମିତ୍ରପୁରର ବ୍ଲୁ ଲେକ୍ ଆଜି ନୁହେଁ ଅନେକ ଦିନରୁ ପ୍ରଶାସନର ନଜରରେ ରହିଛି। କିନ୍ତୁ ଏଠାରେ ପୂର୍ବରୁ ପଥର ଖାଦାନ ଥିଲା, ଯାହାଫଳରେ ପଥର ମାଫିଆମାନେ କେଉଁଠି ତାଳ ଗଛ ଉଚ୍ଚର ଗଭୀର କରିଛନ୍ତି ତ ଆଉ କେଉଁଠି ଆକାତକାତ ପାଣି ପ୍ରବଳ। ଗଭୀର ଓ ପାହାଡର ଦନ୍ତୁରିତ ସ୍ଥାନ ଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ବିପଦପୂର୍ଣ୍ଣ। ତେଣୁ ଏଠାରେ ବୋଟିଂ କରିବା ସମ୍ଭବପର ନୁହେଁ। ଏପରିକି ଲୋକେ ମଧ୍ୟ ଏହି ସ୍ଥାନକୁ ଯିବା ଉଚିତ୍ ନୁହେଁ।

ସୂଚନାଯୋଗ୍ୟ, କିଛି ଦିନ ତଳେ ସମାନ ଭାବେ ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳକୁ କେମିତି ଲୋକେ ଭିଡ଼ ଜମାଇଥିଲେ। ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ସ୍ଥାନକୁ ଯିବା ପାଇଁ ଲୋକଙ୍କୁ ବାରଣ କରାଯାଇଛି। ବାଲେଶ୍ୱରର ଏହି ସ୍ଥାନ ପାଇଁ କିନ୍ତୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ ଦରକାର ବୋଲି ସ୍ବର ଉଠିଛି।

Related story