ନନାଙ୍କୁ ଅଟକାଇ ପାରିଲାନି ବନ୍ୟା ଜଳର ପ୍ରଖର ସ୍ରୋତ

ଜଳେଶ୍ୱର(ଅଜିତ ଦାସ): ନନାଙ୍କୁ ଅଟକାଇ ପାରିଲାନି ବନ୍ୟା ଜଳର ପ୍ରଖର ସ୍ରୋତ। ଆଣ୍ଠୁଏ ପାଣିରେ ଦଉଡି ସାହା ଧରି ରାସ୍ତା ଅତିକ୍ରମ କଲେ। ଆଉ ବନ୍ୟା ବିପନ୍ନରେ ଫସି ରହିଥିବା ଲୋକଙ୍କୁ ଦେଖା କରି ସମବେଦନା ଜଣାଇଲେ। ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣତଃ ଧୋବଧବଳିଆ ନେତାମାନେ ଉଚ୍ଚ ସ୍ଥାନରେ କଙ୍କାଳରେ ହାତ ଦେଇ ଠିଆ ହୋଇ କେବଳ ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳୁଥିବା ବେଳେ ନନାଙ୍କ ଏପରି ଉଦ୍ୟମ ପ୍ରଶଂସା ସାଉଣ୍ଟିଛି। ବୁଧବାର […]

Pratap-Sarangi

Pratap-Sarangi

Manoranjan Sial
  • Published: Thursday, 23 September 2021
  • Updated: 23 September 2021, 05:40 PM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): ନନାଙ୍କୁ ଅଟକାଇ ପାରିଲାନି ବନ୍ୟା ଜଳର ପ୍ରଖର ସ୍ରୋତ। ଆଣ୍ଠୁଏ ପାଣିରେ ଦଉଡି ସାହା ଧରି ରାସ୍ତା ଅତିକ୍ରମ କଲେ। ଆଉ ବନ୍ୟା ବିପନ୍ନରେ ଫସି ରହିଥିବା ଲୋକଙ୍କୁ ଦେଖା କରି ସମବେଦନା ଜଣାଇଲେ। ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣତଃ ଧୋବଧବଳିଆ ନେତାମାନେ ଉଚ୍ଚ ସ୍ଥାନରେ କଙ୍କାଳରେ ହାତ ଦେଇ ଠିଆ ହୋଇ କେବଳ ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳୁଥିବା ବେଳେ ନନାଙ୍କ ଏପରି ଉଦ୍ୟମ ପ୍ରଶଂସା ସାଉଣ୍ଟିଛି। ବୁଧବାର ନନା ଅର୍ଥାତ ବାଲେଶ୍ୱର ସାଂସଦ ତଥା ପୂର୍ବତମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଜ ନିର୍ବାଚନମଣ୍ଡୀରେ ବନ୍ୟା ବିପନ୍ନଙ୍କୁ ଭେଟିଛନ୍ତି। ଯାହାର ଭିଡିଓ ଓ ଫଟୋ ସେ ନିଜ ଫେସ୍‌ବୁକ୍‌ ପେଜରେ ଛାଡ଼ିଛନ୍ତି।

ଲଘୁଚାପ ଜନତ ଲଗାଣ ବର୍ଷା ପରେ ଫୁଲି ଉଡିଥିଲା ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ଜଳକା ନଦୀ। ଆଉ ତା’ପରେ ବନ୍ୟା ଜଳ ନଦୀ ବନ୍ଧ ଡେଇ ଗାଁରେ ପଶିଥିଲା। ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଥିବାରୁ ବସ୍ତା ଓ ବାଲିଆପାଳର କୁଡ଼ିଆ ଗାଁର ଲୋକମାନେ ଜଳବନ୍ଦୀ ଜୀବନ ଅତିବାହିତ କରୁଥିଲେ। ଏ ସମ୍ପର୍କରେ ଖବର ପାଇଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଦୁଃଖ ଓ ଯନ୍ତ୍ରଣାରେ ଦିନ କାଟୁଥିବା ଲୋକଙ୍କୁ ସମବେଦନା ଜଣାଇବା ପାଇଁ ଶ୍ରୀ ଷଡଙ୍ଗୀ ଆସିଥିଲେ। ତେବେ ରାସ୍ତା ଉପରେ ପାଣି ଦେଖି ସେ ଚକିତ ହୋଇଯାଇଥିଲେ। ଯିବାକୁ ଭୟ ଲାଗୁଥିଲେ ମଧ୍ୟ ସାଂସଦ ଓ ତାଙ୍କ ସହକର୍ମୀମାନେ ବନ୍ଧା ଯାଇଥିବା ଦୌଡ଼ି ଧରି ରାସ୍ତା ଅତିକ୍ରମ କରି ଗାଁରେ ପହଞ୍ଚି ଥିଲେ। ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିବା ସହିତ ସମବେଦନା ଜଣେଇଥିଲେ।

ଏନେଇ ଶ୍ରୀ ଷଡଙ୍ଗୀ ନିଜ ଫେସ୍‌ବୁକ୍‌ରେ ଲେଖିଛନ୍ତି, “ଲୋକମାନେ ବଡ଼ କଷ୍ଟରେ ଅଛନ୍ତି। ସେମାନଙ୍କ ଧାନ ଚାଉଳ ଓଦା ହୋଇଯାଇଛି। ମାଟିକାନ୍ଥ ଗଡ଼ିପଡିଛି। ମୋର ହୃଦବୋଧ ହେଲା କେତେକ ପ୍ରଭାବ ଓ ଧନବାନ ବ୍ୟକ୍ତିଙ୍କ ଅହଂକାର ଏବଂ ପୂର୍ତ୍ତ ଯନ୍ତ୍ରୀଙ୍କର ଦାୟିତ୍ୱ ହୀନତା ପାଇଁ ଗରିବ ଲୋକମାନେ ଆଜି ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି।”

ସେ ଆହୁରି ଲେଖିଛନ୍ତି, “ଜଳ ପ୍ରବାହର ଯଥାର୍ଥ ଆକଳନ ନକରି ପୋଲର ଉଚ୍ଚତାକୁ କମ୍‌ କରିଥିବାରୁ ବନ୍ୟା ପ୍ରକୋପ ଅଧିକ ହେଉଛି। କେତେକ ପ୍ରଭାବଶାଳୀ ବ୍ୟକ୍ତି ଜାତୀୟ ରାଜପଥର ଉଭୟ ପାର୍ଶ୍ୱକୁ ବେଆଇନ୍‌ ଜବରଦଖଲ କରି ମାଟି ପକାଇ ପୋତି ଦେଇଛନ୍ତି। ତା’ ପକ୍କା ଘର ବା ପ୍ରlଚେରୀ ନିର୍ମାଣ କରିଛନ୍ତି। ପୋଲର ମୁହଁକୁ ପକ୍କା କାନ୍ଥ ଦ୍ୱାରା ବନ୍ଦ କରିଦେବାରୁ ବନ୍ୟା ଜଳ ସ୍ୱାଭାବିକ ଗତିପଥକୁ ଅବରୋଧ କରାଯାଇଥିବାରୁ ବନ୍ୟା ପାଣି ଗାଁରେ ପଶୁଛି। ଯଥା ଶୀଘ୍ର କେନାଲ ଓ ସମସ୍ତ ଜଳ ମାର୍ଗକୁ ପରିଷ୍କାର କରିବା ପାଇଁ ଡ୍ରେନେଜ୍‌ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛି। ସେପଟେ National Highways Authority of India – (NHAI) କର୍ତ୍ତୃପକ୍ଷ, ତହସିଲଦାର, ପୁଲିସ ଓ ବିଡ଼ିଓଙ୍କୁ ନେଇ ଏକ ବୈଠକ ତୁରନ୍ତ ଡାକି ଏ ସବୁ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି।”

ସେହିପରି ବସ୍ତା ବ୍ଲକ ଗହିରସିମୁଳି ଗାଁ ସମ୍ପୂର୍ଣ ରୂପେ ଜଳ ଘେରରେ ରହିଥିବାର ଜାଣିବାକୁ ପାଇଁ ଶ୍ରୀ ଷଡଙ୍ଗୀ ଯାଇଥିଲେ। ସାଥୀରେ ଥିଲେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ନିର୍ବାଚନ ମଣ୍ଡଳୀ ନେତା ରଘୁନାଥ ମହାନ୍ତି, ପ୍ରଦୀପ ପଣ୍ଡା, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ଧିରେନ ସେଠୀ, ପ୍ରକାଶ କୁଣ୍ଡୁ, ତପନ ବେହେରା, ସୂର୍ଯ୍ୟନାରାୟ ସାହୁ, ଦିବାକର ରାଉତ, ନିହାର ରଞ୍ଜନ ବେହେରା ପ୍ରମୁଖ। ଏମାନେ ସମସ୍ତେ ପ୍ରଭାବିତ ଗ୍ରାମକୁ ଯାଇ ଘରକୁ ଘର ବୁଲି ବୁଲିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos