ମୁନ୍ନା ଖାଁକୁ ବାନ୍ଧିଲା ପୁଲିସ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଟାଉନରୁ ପୁଣି ଧରାପଡ଼ିଲା ବ୍ରାଉନସୁଗାର। ଟାଉନ୍‌ର ଅରଡ଼ ବଜାରରୁ ଆଜି ପ୍ରାୟ ୧୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ସହଦେବଖୁଣ୍ଟା ଥାନା ପୁଲିସ। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଏଥିସହ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ମୁନ୍ନା ଖାଁକୁ ଗିରଫ କରିଛି। ମୁନ୍ନା ହେଉଛନ୍ତି କୁଖ୍ୟାତ ବ୍ରାଉନସୁଗାର ବେପାରୀ ଶେଖ ରାଜାର ଭିଣୋଇ। ଶେଖ ରାଜାକୁ କ୍ରାଇମବ୍ରାଞ୍ଚ […]

handcup

handcup

Manoranjan Sial
  • Published: Sunday, 22 November 2020
  • Updated: 22 November 2020, 04:26 PM IST

Sports

Latest News

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଟାଉନରୁ ପୁଣି ଧରାପଡ଼ିଲା ବ୍ରାଉନସୁଗାର। ଟାଉନ୍‌ର ଅରଡ଼ ବଜାରରୁ ଆଜି ପ୍ରାୟ ୧୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ସହଦେବଖୁଣ୍ଟା ଥାନା ପୁଲିସ। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଏଥିସହ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ମୁନ୍ନା ଖାଁକୁ ଗିରଫ କରିଛି।

ମୁନ୍ନା ହେଉଛନ୍ତି କୁଖ୍ୟାତ ବ୍ରାଉନସୁଗାର ବେପାରୀ ଶେଖ ରାଜାର ଭିଣୋଇ। ଶେଖ ରାଜାକୁ କ୍ରାଇମବ୍ରାଞ୍ଚ STF ଧରିବା ପରଠାରୁ ମୁନ୍ନା ତା’ର ସାମ୍ରାଜ୍ୟ ଚଳାଇ ଆସୁଥିଲା। ଚଢ଼ାଉ ସମୟରେ ଆଉ ଜଣେ ଅଭିଯୁକ୍ତ ବାପନା ଘଟଣାସ୍ଥଳରୁ ଖସି ଯାଇଥିବା ଜଣାପଡ଼ିଛି। ତାଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos