ଭୁବନେଶ୍ୱର: ବନ୍ୟାପ୍ରପୀଡ଼ିତଙ୍କୁ ଏସବିଆଇ ପକ୍ଷରୁ ରିଲିଫ ବଣ୍ଟନ। ଭାରତୀୟ ଷ୍ଟେଟବ୍ୟାଙ୍କ ଜୋନାଲ କାର୍ଯ୍ୟାଳୟ-୨, ବାଲେଶ୍ଵରର ଡିଜିଏମ ଶ୍ରୀ କୁନ୍ଦନ ଜ୍ୟୋତିଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ବାଲିଆପାଳ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ପରିଦର୍ଶନ କରଥିଲେ।। ବାହ୍ୟଜଗତରୁ ବିଚ୍ଛିନନ୍ନ ଥିବା ସ୍ଥାନୀୟ ପଳାଚମ୍ପେଇ ଗାଁରେ ବ୍ୟାଙ୍କ ଅଧିକାରୀମାନେ ଡଙ୍ଗା ସହାୟତାରେ ପହଞ୍ଚି ବନ୍ୟା ପ୍ରଭାବିତଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ରିଲିଫ ଆକାରରେ ଜଳବନ୍ଦୀଥିବା ୬୦ ପରିବାରର ମୋଟ ୧୭୦ ଜଣଙ୍କୁ ୨ ଦିନର ରନ୍ଧା ଖାଦ୍ୟ ସହ ଶୁଖିଲା ଖାଦ୍ୟ ପ୍ୟାକେଟ ଓ ପାଣି ବୋତଲ ଯୋଗାଇ ଦିଆଯାଇଛି। ବାଲେଶ୍ୱରସ୍ଥିତ ଷ୍ଟେଟ ବ୍ୟାଙ୍ଗ ଜୋନାଲ କାର୍ଯ୍ୟାଳୟ-୨ର ମୁଖ୍ୟ ପ୍ରବନ୍ଧକ କାର୍ତ୍ତିକେଶ୍ୱର ପଣ୍ଡା ଏହି ରିଲିଫ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଭାରତୀୟ ଷ୍ଟେଟବ୍ୟାଙ୍କ ପକ୍ଷରୁ ଏପରି ସମାଜ ସେବାକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି।
ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ବନ୍ୟା ପରିସ୍ଥିତି ସାଂଘାତିକ ହୋଇଥିଲା । ଏଠାକାର ୧୨ଟି ପଞ୍ଚାୟତର ପ୍ରାୟ ୪୫ଟି ଗାଆଁ ପ୍ରଭାବିତ ହୋଇଛି। ଏହାଫଳରେ ପ୍ରାୟ ୪୦ ହଜାର ଲୋକ ଜଳବନ୍ଦି ଅବସ୍ଥାରେ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।