ଗାଧୋଇବା ବେଳେ ବୁଡ଼ିଗଲେ ୩ ଯୁବକ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ଗାଧୋଇବା ବେଳେ ବୁଡିଗଲେ ୩ ଯୁବକ। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପର୍ତ୍ତା ମିଳି ନାହିଁ। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ମନ୍ଦାରପୁର ପଞ୍ଚାୟତ କାଠସଙ୍ଗଡ଼ା ଗାଁ ନିକଟସ୍ଥ ତ୍ରିବେଣୀ ଘାଟରେ ଘଟିଛି।

ନୀଳଗିରି ଅଞ୍ଚଳର ୫ ଯୁବକ ତ୍ରିବେଣୀ ଘାଟକୁ ଗାଧୋଇବାକୁ ଆସିଥିଲେ। ଗାଧୋଇବା ବେଳେ ସେମାନେ ଭାସି ଯାଇଥିଲେ। ସେମାନଙ୍କ ଭିତରୁ ୨ ଜଣ ପହଁରି ପହଁରି କୂଳକୁ ଆସିଥିଲେ। ଏବେ ସୁଦ୍ଧା ୩ ଜଣ ନିଖୋଜ ଅଛନ୍ତି। ସ୍ଥାନୀୟ ଲୋକେ ଜାଣିପାରି ଡଙ୍ଗାରେ ଘାଟ ଖୋଜୁଛନ୍ତି। କିନ୍ତୁ ସେମାନଙ୍କ ପର୍ତ୍ତା ମିଳିନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।