ବାଲେଶ୍ୱର: ବିଦେଶୀ ମଦ କାରଖାନା ଉପରେ ଚଢାଉ, ଦୁଇ ଗିରଫ, ବାଇକ ଓ କାର ଜବତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି  ପୋଡାଶୁଳରୁ ନାଳଗିରି ପୋଲିସ ନକଲି ବିଦେଶୀ ମଦ  କାରଖାନା ଉପରେ ଚଢାଉ କରି  ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ନକଲି ମଦ  ବାଇକ ଓ କାର ଜବତ କରିଛି ।  ନୀଳଗିରି ଥାନା ଅଧିନ ପୋଡାଶୁଳ ବଜାର ରବିନ୍ଦ୍ର ଦାସଙ୍କ ପୁଅ ଚନ୍ଦନ ଦାସ ଦୀର୍ଘଦିନ ଧରି ଘରେ ନକଲି ବିଦେଶୀ ମଦ ତିଆରି କରି ଚୋରାରେ ବିକ୍ରି କରୁଥିଲା। ନୀଳଗିରି ପୋଲିସ ବିଶେଷ ସୁତ୍ରରୁ […]

bALASWER

Rakesh Mallick
  • Published: Saturday, 15 August 2015
  • , Updated: 15 August 2015, 06:39 AM IST

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି  ପୋଡାଶୁଳରୁ ନାଳଗିରି ପୋଲିସ ନକଲି ବିଦେଶୀ ମଦ  କାରଖାନା ଉପରେ ଚଢାଉ କରି  ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ନକଲି ମଦ  ବାଇକ ଓ କାର ଜବତ କରିଛି ।  ନୀଳଗିରି ଥାନା ଅଧିନ ପୋଡାଶୁଳ ବଜାର ରବିନ୍ଦ୍ର ଦାସଙ୍କ ପୁଅ ଚନ୍ଦନ ଦାସ ଦୀର୍ଘଦିନ ଧରି ଘରେ ନକଲି ବିଦେଶୀ ମଦ ତିଆରି କରି ଚୋରାରେ ବିକ୍ରି କରୁଥିଲା। ନୀଳଗିରି ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଚନ୍ଦନ ଦାସ ଘରେ ପୋଲିସ ଚଢାଉ କରିଥିଲା। ପୋଲିସ ଘର ମଧ୍ୟରୁ ନକଲି ବିଦେଶୀ ମଦ ୧୧୦ ବୋତଲ, ଦୁଇ ଜାର ବାଙ୍ଗଲାଦେଶ ପ୍ରସ୍ତୁତ  ହାଇଡ୍ରୋଜେନ ପେରୋକ୍ସାଇଡ ଖାଲିବୋତଲ, ଠିପି ଲେବୁଲ ପଞ୍ଚିଂ ମେସିନ ଜବତ କରିଛି।  ଏଥି ସହିତ ଗୋଟିଏ ବାଇକ  ଗୋଟିଏ କାର ମଧ୍ୟ ଜବତ କରିଛି । ପୋଲିସ ଏ ବାବଦରେ ପୋଡାଶୁଳରୁ ଚନ୍ଦନ ଦାସ ଏବଂ ଗାଟଘର ସାହିରୁ ସଂଗ୍ରାମ କେଶରୀ ରାଏ ବାବୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 

 

Related story