ବାଲେଶ୍ୱର: ବଜ୍ରପାତରେ ୪ ମୃତ, ୨ ଆହତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର, ରେମୁଣା ଓ ଜଳେଶ୍ୱର ଅଞ୍ଚଳରେ ବଜ୍ରପାତରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ଅପରାହ୍ନରେ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ବଜ୍ରପାତ ହେବାରୁ ଚାନ୍ଦିପୁର ଥାନା ଗବଗାଁ ପଞ୍ଚାୟତ ଅନ୍ତର୍ଗତ ରସଗଡ଼ା ଗ୍ରାମର ମହେନ୍ଦ୍ର ଦାସ ଓ ତାଙ୍କ ନାତି ଅଜିତ ଦାସଙ୍କ ମୃତ୍ୟୁ ଘଟିଥିଲା। ବର୍ଷାରେ ରେମୁଣା ଗୋଲେଇ ଗଣେଶ୍ୱରପୁର ଗ୍ରାମର ୩ ଜଣ ପିଲା ଖେଳୁଥିବା […]

balasore-death

Rakesh Mallick
  • Published: Tuesday, 09 August 2016
  • , Updated: 09 August 2016, 10:06 PM IST

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର, ରେମୁଣା ଓ ଜଳେଶ୍ୱର ଅଞ୍ଚଳରେ ବଜ୍ରପାତରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମଙ୍ଗଳବାର ଅପରାହ୍ନରେ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ବଜ୍ରପାତ ହେବାରୁ ଚାନ୍ଦିପୁର ଥାନା ଗବଗାଁ ପଞ୍ଚାୟତ ଅନ୍ତର୍ଗତ ରସଗଡ଼ା ଗ୍ରାମର ମହେନ୍ଦ୍ର ଦାସ ଓ ତାଙ୍କ ନାତି ଅଜିତ ଦାସଙ୍କ ମୃତ୍ୟୁ ଘଟିଥିଲା।

ବର୍ଷାରେ ରେମୁଣା ଗୋଲେଇ ଗଣେଶ୍ୱରପୁର ଗ୍ରାମର ୩ ଜଣ ପିଲା ଖେଳୁଥିବା ବେଳଳ ହଠାତ୍ ବଜ୍ରପାତ ହେବାରୁ ଜଣେ ପିଲାର ମୃତ୍ୟୁ ଘଟିଥିଲା ଓ ୨ ଜଣ ଆହତ ହୋଇଥିଲେ।

ଜଳେଶ୍ୱର ବ୍ଲକ ନାମ୍ପୋ ଗାଁରେ ବଜ୍ରପାତ ହେବାରୁ ଜଣକର ମୃତ୍ୟୁ ଘଟିଛି। ଝଡ଼ତୋଫାନରେ ନାମ୍ପୋ ୟୁପି ସ୍କୁଲ ସମେତ ୧୦ରୁ ଊର୍ଦ୍ଧ୍ୱ ଘର ଛପର ଉଡି ଯାଇଛି।

Related story