ବାଲେଶ୍ୱର: ଗାଡ଼ି ଧକ୍କାରେ ୨ ବୃଦ୍ଧା ମୃତ

ବାଲେଶ୍ୱର: ଭତ୍ତା ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ଗାଡ଼ି ଧକ୍କାରେ ବାଲେଶ୍ୱର ଜିଲ୍ଲାରେ ଦୁଇ ଜଣ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ୫ ନମ୍ବର ଜାତୀୟ ରାଜପଥର ସେରଗଡ଼ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ସେରଗଡ଼ ଫାଣ୍ଡି ଅନ୍ତର୍ଗତ ପଞ୍ଚଗଡ଼ ଗାଁର ଗୁରୁବାରୀ ସିଂ ଏବଂ ଖଇରୀ ସିଂ। ସେମାନେ ସେରଗଡ଼ ପଞ୍ଚାୟତ କାର୍ଯ୍ୟାଳୟରୁ ବାର୍ଦ୍ଧକ୍ୟ ଭତ୍ତା ନେଇ ଘରକୁ ଫେରୁଥିବା ବେଳେ କୌଣସି ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଗୁରୁବାରୀ […]

2women dead

Rakesh Mallick
  • Published: Tuesday, 15 March 2016
  • , Updated: 15 March 2016, 12:56 PM IST

ବାଲେଶ୍ୱର: ଭତ୍ତା ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ଗାଡ଼ି ଧକ୍କାରେ ବାଲେଶ୍ୱର ଜିଲ୍ଲାରେ ଦୁଇ ଜଣ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ୫ ନମ୍ବର ଜାତୀୟ ରାଜପଥର ସେରଗଡ଼ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ସେରଗଡ଼ ଫାଣ୍ଡି ଅନ୍ତର୍ଗତ ପଞ୍ଚଗଡ଼ ଗାଁର ଗୁରୁବାରୀ ସିଂ ଏବଂ ଖଇରୀ ସିଂ। ସେମାନେ ସେରଗଡ଼ ପଞ୍ଚାୟତ କାର୍ଯ୍ୟାଳୟରୁ ବାର୍ଦ୍ଧକ୍ୟ ଭତ୍ତା ନେଇ ଘରକୁ ଫେରୁଥିବା ବେଳେ କୌଣସି ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା।

ଗୁରୁବାରୀ ଏବଂ ଖଇରୀଙ୍କ ଦୁର୍ଘଟଣା ଖବର ପାଇ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ବାଲେଶ୍ୱର ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ୍ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story