ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ଉନ୍ନତି, ଏବେ ବି ବହୁ ଅଞ୍ଚଳ ପାଣି ଘେରରେ

ବାଲେଶ୍ୱର: ଉତ୍ତର ଓଡ଼ିଶାରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିରେ ଧିରେ ଧିରେ ସୁଧାର ଆସୁଛି। ସୁବର୍ଣ୍ଣରେଖା ନଦୀରେ ଜଳପତ୍ତନ ହ୍ରାସ ପାଇ ଥିଲେ ବି ବାଲେଶ୍ୱର ଜିଲ୍ଲାର ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଅଞ୍ଚଳରେ ଏବେ ବି ବନ୍ୟା ପାଣି ଛାଡ଼ିନି। ଏସବୁ ବ୍ଲକ ଅଧିନରେ ଥିବା ବହୁ ଗାଁ ଏବେ ମଧ୍ୟ ପାଣି ଘେରରେ ରହିଛି। ଲୋକେ ବନ୍ୟା ଘେରରେ ରହି ଦୁର୍ଦ୍ଦଶା ଭୋଗୁଛନ୍ତି। ଏସବୁ ଅଞ୍ଚଳରେ ଯାଆସ ପାଇଁ ଡଙ୍ଗା ହିଁ ମୁଖ୍ୟ ମାଧ୍ୟମ ପାଲଟିଛି। […]

baliapala

Rakesh Mallick
  • Published: Saturday, 01 August 2015
  • , Updated: 01 August 2015, 05:29 AM IST

ବାଲେଶ୍ୱର: ଉତ୍ତର ଓଡ଼ିଶାରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିରେ ଧିରେ ଧିରେ ସୁଧାର ଆସୁଛି। ସୁବର୍ଣ୍ଣରେଖା ନଦୀରେ ଜଳପତ୍ତନ ହ୍ରାସ ପାଇ ଥିଲେ ବି ବାଲେଶ୍ୱର ଜିଲ୍ଲାର ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଅଞ୍ଚଳରେ ଏବେ ବି ବନ୍ୟା ପାଣି ଛାଡ଼ିନି। ଏସବୁ ବ୍ଲକ ଅଧିନରେ ଥିବା ବହୁ ଗାଁ ଏବେ ମଧ୍ୟ ପାଣି ଘେରରେ ରହିଛି। ଲୋକେ ବନ୍ୟା ଘେରରେ ରହି ଦୁର୍ଦ୍ଦଶା ଭୋଗୁଛନ୍ତି। ଏସବୁ ଅଞ୍ଚଳରେ ଯାଆସ ପାଇଁ ଡଙ୍ଗା ହିଁ ମୁଖ୍ୟ ମାଧ୍ୟମ ପାଲଟିଛି। ତେବେ ବନ୍ୟା ପରେ ଲୋକେ ପାନୀୟ ଜଳ ଓ ଖାଦ୍ୟ ସମଗ୍ରୀ ଅଭାବରେ ସଢୁଛନ୍ତି।

ବର୍ତ୍ତମାନ ସୁଧା ବାଲିଆପାଳ ଓ ଭୋଗରାଇ ବ୍ଲକରେ ବନ୍ୟାସ୍ଥିତି ଗମ୍ଭୀର ରହିଛି। ଯଦିଓ ବାଲିଆପାଳରେ ବନ୍ୟା ପାଣି ଛାଡିଆସିଲାଣି,କିନ୍ତୁ ଭୋଗରାଇର ୧୯ଟି ଗାଁ ପାଣି ଘେରରେ ରହିଛି। ଆଜି ପାଣି କିଛି ମାତ୍ରାରେ ହ୍ରାସ ପାଇବାରୁ ଗାଁ ଲୋକେ ଖାଦ୍ୟ ସାମଗ୍ରୀ କିଣିବାକୁ ବାହାରକୁ ଯାଉଛନ୍ତି। ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଥିବା ଲୋକେ ଘରକୁ ଫେରୁଛନ୍ତି।

Related story