ମାସେ ତଳେ ନିଖୋଜ ଥିଲେ, ଆଜି ମିଳିଲା କଙ୍କାଳ

ବାଲିଗୁଡ଼ା (ଅଜିତ ନାୟକ): ମାସେ ତଳେ ଘରୁ ନିଖୋଜ ହୋଇଯାଇଥିଲେ ଟିକୁନ ଗୌଡ଼। ଆଜି ଜଙ୍ଗଲରୁ ମିଳିଲା ତାଙ୍କ ଗଳିତ କଙ୍କାଳ। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ମର୍ଡ଼ର ପରେ ଜଙ୍ଗଲରେ ପୋତି ଦିଆଯାଇଥିବା ଅଭିଯୋଗ ହେଉଛି। ପୁଲିସ କଙ୍କାଳ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କୁଟିଗୁଡା ଗାଁର ଟିକୁନ ଗୌଡ଼ ମାସେ ତଳେ କେଉଁ ଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ତାଙ୍କୁ […]

Balliguda

Manoranjan Sial
  • Published: Thursday, 25 March 2021
  • , Updated: 25 March 2021, 05:51 PM IST

ବାଲିଗୁଡ଼ା (ଅଜିତ ନାୟକ): ମାସେ ତଳେ ଘରୁ ନିଖୋଜ ହୋଇଯାଇଥିଲେ ଟିକୁନ ଗୌଡ଼। ଆଜି ଜଙ୍ଗଲରୁ ମିଳିଲା ତାଙ୍କ ଗଳିତ କଙ୍କାଳ। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ମର୍ଡ଼ର ପରେ ଜଙ୍ଗଲରେ ପୋତି ଦିଆଯାଇଥିବା ଅଭିଯୋଗ ହେଉଛି। ପୁଲିସ କଙ୍କାଳ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ କୁଟିଗୁଡା ଗାଁର ଟିକୁନ ଗୌଡ଼ ମାସେ ତଳେ କେଉଁ ଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ପରେ ଏନେଇ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାତ୍ର ଟିକୁନ୍‌ଙ୍କ କୌଣସି ପତ୍ତା ପାଇନଥିଲା।

ଗୁରୁବାର ରେବିଙ୍ଗିଆ ଜଙ୍ଗଳରେ ଜଣେ ବ୍ୟକ୍ତିଙ୍କ ଅଧା ପୋତା କଙ୍କାଳ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଜଙ୍ଗଲରେ ପହଞ୍ଚି ମାଟି ଖୋଳି ମୃତଦେହ ବାହାର କରିଥିଲା। ପରେ ଟିକୁନଙ୍କ ପରିବାର ଲୋକଙ୍କୁ ଡାକି ଚିହ୍ନିବାକୁ କୁହିଥିଲା। ଏହା ପରେ ମୃତ ଟିକୁନଙ୍କୁ ତାଙ୍କ ପରିବାର ଲୋକେ ଚିହ୍ନି ଥିଲେ।

ଏବେ ବାଲିଗୁଡା ଥାନା ପୁଲିସ ଓ ସାଇଣ୍ଟିଫିକ ଟିମ୍‌ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଏହା ମର୍ଡ଼ର ହୋଇଥିବା ପୁଲିସ ସନ୍ଦେହ କରୁଛି। ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲା, ତାହା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କାହାରିକୁ ପୁଲିସ ଗିରଫ କରିନାହିଁ।

Related story