ନଭେମ୍ବର ୪ରୁ କଟକ ବାଲିଯାତ୍ରା

କଟକ: କଟକ ପ୍ରସିଦ୍ଧ ବାଲିଯାତ୍ରା ନଭେମ୍ବର ୪ ତାରିଖରୁ ଆରମ୍ଭ ହେବ। ଏହା ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବାଲିଯାତ୍ରା ପଡ଼ିଆ ପରିଦର୍ଶନ ପରେ କଟକ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଆଜି ଜିଲ୍ଲାପାଳ, ତହସିଲଦାର ଓ ସିଏମସି ଅଧିକାରୀ କଟକ ବାଲିଯାତ୍ରା ପଡ଼ିଆ ପରିଦର୍ଶନ କରିଥିଲେ।  ତଳ ପଡ଼ିଆର ୩୭ ଏକର ଏବଂ ଉପର ପଡ଼ିଆର ୧୦ ଏକର ଜାଗାରେ ହେବ ବାଲିଯାତ୍ରା। ଏ ବର୍ଷ ଷ୍ଟଲର ଦାମ ବଢ଼ା […]

bali

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 09:24 AM IST

କଟକ: କଟକ ପ୍ରସିଦ୍ଧ ବାଲିଯାତ୍ରା ନଭେମ୍ବର ୪ ତାରିଖରୁ ଆରମ୍ଭ ହେବ। ଏହା ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବାଲିଯାତ୍ରା ପଡ଼ିଆ ପରିଦର୍ଶନ ପରେ କଟକ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଆଜି ଜିଲ୍ଲାପାଳ, ତହସିଲଦାର ଓ ସିଏମସି ଅଧିକାରୀ କଟକ ବାଲିଯାତ୍ରା ପଡ଼ିଆ ପରିଦର୍ଶନ କରିଥିଲେ।  ତଳ ପଡ଼ିଆର ୩୭ ଏକର ଏବଂ ଉପର ପଡ଼ିଆର ୧୦ ଏକର ଜାଗାରେ ହେବ ବାଲିଯାତ୍ରା। ଏ ବର୍ଷ ଷ୍ଟଲର ଦାମ ବଢ଼ା ଯାଇଛି। ଷ୍ଟଲ ପାଇଁ ପ୍ରତି ବର୍ଗ ଫୁଟ ଜାଗା ଲାଗି ଦେବାକୁ ପଡ଼ିବ ୨୪ ଟଙ୍କା।  ଗତ ବର୍ଷ ଏହା ୨୨ ଟଙ୍କା ଥିଲା।

Related story