ଚୋରି କରିବାକୁ ଆସିଥିଲେ, ମାଡ଼ିବସିଲେ ଗାଁ ଲୋକ

ବାଲୁଗାଁ (ଓଡ଼ିଶା ରିପୋର୍ଟର): ଚୋରି କରିବାକୁ ଆସିଥିଲେ ୯ ଜଣ ଯୁବକ। ହେଲେ ପହରା ଦେଉଥିବା ଗାଁଙ୍କ ହାବଡରେ ପଡ଼ି ଯାଇଥିଲେ। ଗାଁ ଲୋକେ ସେମାନଙ୍କୁ ମାଡ଼ି ବସିଲେ। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଘଟିଛି। ରବିବାର ରାତିରେ ବାଲୁଗାଁ ଥାନା ରାହାଣବେଲି ଗାଁର କିଛି ଲୋକଙ୍କ ଘରର ବାରିପଟ ଗ୍ରୀଲ ଓ ତାଲା ଭଙ୍ଗି ଚୋରି ଉଦ୍ୟମ ହୋଇଥିଲା। ମାତ୍ର ଘର ଲୋକ ଉଠି ପଡ଼ିବାରୁ ଚୋରମାନେ ପଳାଇ ଯାଇଥିଲେ। ଚୋରମାନେ ଗାଁ ଛାଡ଼ି ପଳାଇବାର […]

Balugaon

Manoranjan Sial
  • Published: Tuesday, 14 June 2022
  • , Updated: 14 June 2022, 02:10 PM IST

ବାଲୁଗାଁ (ଓଡ଼ିଶା ରିପୋର୍ଟର): ଚୋରି କରିବାକୁ ଆସିଥିଲେ ୯ ଜଣ ଯୁବକ। ହେଲେ ପହରା ଦେଉଥିବା ଗାଁଙ୍କ ହାବଡରେ ପଡ଼ି ଯାଇଥିଲେ। ଗାଁ ଲୋକେ ସେମାନଙ୍କୁ ମାଡ଼ି ବସିଲେ। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଘଟିଛି।

ରବିବାର ରାତିରେ ବାଲୁଗାଁ ଥାନା ରାହାଣବେଲି ଗାଁର କିଛି ଲୋକଙ୍କ ଘରର ବାରିପଟ ଗ୍ରୀଲ ଓ ତାଲା ଭଙ୍ଗି ଚୋରି ଉଦ୍ୟମ ହୋଇଥିଲା। ମାତ୍ର ଘର ଲୋକ ଉଠି ପଡ଼ିବାରୁ ଚୋରମାନେ ପଳାଇ ଯାଇଥିଲେ। ଚୋରମାନେ ଗାଁ ଛାଡ଼ି ପଳାଇବାର ଦୃଶ୍ୟ ଜଣଙ୍କ ଘର ଆଗରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା ହୋଇଯାଇଥିଲା।

ସୋମବାର ସକାଳେ ଚୋରି ଉଦ୍ୟମ ହୋଇଥିବା ନେଇ ଗାଁରେ ପ୍ରଚାରିତ ହୋଇଥିଲା। ପୁଣି ଥରେ ଚୋରି ହେବା ଆଶଙ୍କାରେ ଗାଁ ଲୋକେ ପାଳି କରି ଜଗିବାକୁ ନିଷ୍ପତ୍ତି ନେଇଥିଲେ। ସୋମବାର ରାତି ପ୍ରାୟ ୧.୧୫ ହେବ। ପ୍ରଥମେ ୩ ଜଣ ଯୁବକ ଏକ ବାଇକ୍‌ରେ ଗାଁକୁ ଆସିଥିଲେ। ପହରା ଦେଉଥିବା ଗାଁ ଲୋକେ ସେମାନଙ୍କୁ ଅଟକାଇଥିଲେ। ସେମାନଙ୍କ ପଛେ ପଛେ ଆଉ ଦୁଇଟି ବାଇକ୍‌ରେ ୩ ଜଣ ଲେଖାଏଁ ଯୁବକ ଆସିଥିଲେ। ଗାଁ ଲୋକେ ସେମାନଙ୍କୁ ଅଟକାଇ ନାନା ପ୍ରଶ୍ନ ପଚାରି ଥିଲେ। ମାତ୍ର ସେମାନେ କୌଣସି ପ୍ରଶ୍ନର ଉତ୍ତର ଦେଇପାରିନଥିଲେ।

ଶେଷରେ ଗାଁ ଲୋକ ୯ ଜଣ ଯୁବକଙ୍କୁ କାବୁ କରିନେଇଥିଲେ। ପରେ ସେମାନଙ୍କୁ ଗାଁ ମଝିରେ ଏକ ଖମ୍ୱରେ ବାନ୍ଧି ପକାଇଥିଲେ। ଚୋରମାନଙ୍କୁ ବାନ୍ଧି ଦେଲା ପରେ ରବିବାର ରାତିରେ ହୋଇଥିବା ଚୋରି ଉଦ୍ୟମ ସମ୍ପର୍କରେ ପଚାରି ଥିଲେ। ଚୋରମାନେ ଚୋରି କରିଥିବା ଉଦ୍ଦେଶ୍ୟରେ ଆସିଥିବା ମାନିଥିବା ଗାଁ ଲୋକେ କହିଥିଲେ। ଏହା ପରେ ଗାଁ ଲୋକେ ବାଲୁଗାଁ  ଥାନାକୁ ଖବର ଦେଇଥିଲେ। ଭୋର ୪ ଟାରେ ବାଲୁଗାଁ ଥାନା ପୁଲିସ୍ ସେମାନଙ୍କୁ ଉଦ୍ଧାର କରି ଅଟକ ରଖିଥିବା ଜଣାପଡ଼ିଛି।

Related story