ଭିଡ଼ିଓ ଭାଇରାଲ୍‌ ପରେ ବଦଳିଲେ ପୁଲିସ୍‌ ବାବୁ

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାରେ ପୁଲିସ୍ ଅଧିକାରୀଙ୍କ ଭିଡିଓ ଭାଇରାଲ୍‌ ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଭିଡିଓରେ ଥିବା ଏଏସ୍‌ଆଇ କୈଳାଶ ଚନ୍ଦ୍ର ମଲ୍ଲିକଙ୍କୁ ବଦଳି କରାଯାଇଛି। ତାଙ୍କୁ ଖୋର୍ଦ୍ଧାରୁ ବାଲୁଗାଁକୁ ବଦଳି କରିଛନ୍ତି ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ। ସେହିପରି କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି। ଆସନ୍ତା ଦିନରେ ଯେପରି ଏଭଳି ଘଟଣା ପୁଣି ଥରେ ନଘଟିବ ସେ ନେଇ ଖୋର୍ଦ୍ଧା ପୁଲିସ୍‌ ଯତ୍ନବାନ ହେବ ବୋଲି କହିଛନ୍ତି ଏସ୍‌ପି। ସୂଚନାରୁ ପ୍ରକାଶ, ତୋଟାପଡ଼ାରେ ଗାଡ଼ି ଯାଞ୍ଚ ବାହାନାରେ […]

khurda

Manoranjan Sial
  • Published: Friday, 31 July 2020
  • , Updated: 31 July 2020, 03:25 PM IST

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାରେ ପୁଲିସ୍ ଅଧିକାରୀଙ୍କ ଭିଡିଓ ଭାଇରାଲ୍‌ ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଭିଡିଓରେ ଥିବା ଏଏସ୍‌ଆଇ କୈଳାଶ ଚନ୍ଦ୍ର ମଲ୍ଲିକଙ୍କୁ ବଦଳି କରାଯାଇଛି। ତାଙ୍କୁ ଖୋର୍ଦ୍ଧାରୁ ବାଲୁଗାଁକୁ ବଦଳି କରିଛନ୍ତି ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ। ସେହିପରି କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି। ଆସନ୍ତା ଦିନରେ ଯେପରି ଏଭଳି ଘଟଣା ପୁଣି ଥରେ ନଘଟିବ ସେ ନେଇ ଖୋର୍ଦ୍ଧା ପୁଲିସ୍‌ ଯତ୍ନବାନ ହେବ ବୋଲି କହିଛନ୍ତି ଏସ୍‌ପି।

ସୂଚନାରୁ ପ୍ରକାଶ, ତୋଟାପଡ଼ାରେ ଗାଡ଼ି ଯାଞ୍ଚ ବାହାନାରେ ଲାଞ୍ଚ ନେଉଥିଲେ କନେଷ୍ଟବଳ। ଯେଉଁଥିପାଇଁ ସ୍ଥାନୀୟ ଲୋକେ ତାଙ୍କୁ ଘେରିଥିଲେ। ସେହିଭଳି ରାତିରେ ଚୋରା ପଥର ଟ୍ରକ୍‌ ଚାଲାଣ ବେଳେ ଏଏସ୍ଆଇ କୈଳାଶ ଚନ୍ଦ୍ର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ ସିଜ୍‌ କରିବାକୁ କହି ସେଠୁ ନିଜ କାମ ପାଇଁ ନେଇଯାଇଥିଲେ। ଏହି ଦୁଇ ଘଟଣାର ଭିଡିଓ ଭାଇରାଲ୍ ହୋଇଥିଲା। ଯେଉଁଥିପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସେପଟେ ସଂପୃକ୍ତ ଏଏସ୍ଆଇ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେଦିନ ଘର କାମ କରାଇବା ପାଇଁ ପୁରୀ ଗୋପକୁ ଖୋର୍ଦ୍ଧାରୁ ପଥର ନେଉଥିଲେ। ତେବେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଏପରି କରିଥିବା ସେ କହିଛନ୍ତି।

Related story