ଭଦ୍ରକ ପରେ କେନ୍ଦ୍ରାପଡ଼ା: ଅଶାନ୍ତି ଭୟରେ ଇଣ୍ଟରନେଟ୍‌ ସେବା ବନ୍ଦ

ଭୁବନେଶ୍ୱର: ସୋସିଆଲ ମିଡ଼ିଆରେ ଆପତ୍ତିଜନକ ଧାର୍ମିକ ପୋଷ୍ଟରକୁ ନେଇ କେନ୍ଦ୍ରାପଡ଼ାରେ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ କେନ୍ଦ୍ରାପଡ଼ା ସହରରେ ଆଜି ଅପରାହ୍ନ ୩ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଘୋଷଣା କରାଯାଇଛି। ଏକ ନିର୍ଦ୍ଦିଷ୍ଟ ଧର୍ମର ପ୍ରାର୍ଥନାକୁ କୁତ୍ସିତ କରାଯାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରାଯାଇଥିଲା। ଏହାକୁ ନେଇ ସମ୍ପୃକ୍ତ ସମ୍ପ୍ରଦାୟର ଲୋକେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଉତ୍ତେଜନା ପ୍ରକାଶ ପାଇବାରୁ ଇଣ୍ଟରନେଟ୍‌ ସେବା ବନ୍ଦ କରିବାକୁ […]

kendrapara

Rakesh Mallick
  • Published: Wednesday, 19 April 2017
  • , Updated: 19 April 2017, 09:41 PM IST

ଭୁବନେଶ୍ୱର: ସୋସିଆଲ ମିଡ଼ିଆରେ ଆପତ୍ତିଜନକ ଧାର୍ମିକ ପୋଷ୍ଟରକୁ ନେଇ କେନ୍ଦ୍ରାପଡ଼ାରେ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ କେନ୍ଦ୍ରାପଡ଼ା ସହରରେ ଆଜି ଅପରାହ୍ନ ୩ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଘୋଷଣା କରାଯାଇଛି।

ଏକ ନିର୍ଦ୍ଦିଷ୍ଟ ଧର୍ମର ପ୍ରାର୍ଥନାକୁ କୁତ୍ସିତ କରାଯାଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରାଯାଇଥିଲା। ଏହାକୁ ନେଇ ସମ୍ପୃକ୍ତ ସମ୍ପ୍ରଦାୟର ଲୋକେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଉତ୍ତେଜନା ପ୍ରକାଶ ପାଇବାରୁ ଇଣ୍ଟରନେଟ୍‌ ସେବା ବନ୍ଦ କରିବାକୁ ଜିଲ୍ଲାପାଳ ଗୃହ ବିଭାଗକୁ ଚିଠି ଲେଖିଥିଲେ। ଗୃହ ବିଭାଗ ପରିସ୍ଥିତିକୁ ଲକ୍ଷ୍ୟ କରି ଇଣ୍ଟରନେଟ୍‌ ସେବା ବନ୍ଦ ପାଇଁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ସୁରକ୍ଷା ଦୃଷ୍ଟିରୁ ସହରରେ ୫ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି। କେନ୍ଦ୍ରାପଡ଼ା ଏସ୍‌ପି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଛନ୍ତି।

Related story