ବାଣପୁର ବିଡିଓଙ୍କ ଆକ୍ରମଣକାରୀକୁ ଗିରଫ ଦାବିରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିବ ଓଏଏସ ସଂଘ

ଖୋର୍ଦ୍ଧା: ବାଣପୁର ବିଡିଓଙ୍କୁ ଆକ୍ରମଣ କରିବା ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଆଜି ମୁଖ୍ୟ ଶାସନ ସଚିବଙ୍କୁ ଭେଟିବ ରାଜ୍ୟ ପ୍ରାଶାସନିକ ସେବା (ଓଏଏସ) ସଂଘ। ଏଥିସହ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ । ୭୨ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ରାଜ୍ୟର ସମସ୍ତ ଓଏଏସ ଅଫିସର କଳା ବ୍ୟାଜ ପରିଧାନ କରିବେ ବୋଲି କହିଛି ସଂଘ। ରବିବାର ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକଜିକ୍ୟୁଟିଭ ବଡି ମିଟିଂରେ […]

oas

Rakesh Mallick
  • Published: Monday, 06 July 2015
  • , Updated: 06 July 2015, 02:53 AM IST

ଖୋର୍ଦ୍ଧା: ବାଣପୁର ବିଡିଓଙ୍କୁ ଆକ୍ରମଣ କରିବା ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଆଜି ମୁଖ୍ୟ ଶାସନ ସଚିବଙ୍କୁ ଭେଟିବ ରାଜ୍ୟ ପ୍ରାଶାସନିକ ସେବା (ଓଏଏସ) ସଂଘ। ଏଥିସହ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ । ୭୨ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ରାଜ୍ୟର ସମସ୍ତ ଓଏଏସ ଅଫିସର କଳା ବ୍ୟାଜ ପରିଧାନ କରିବେ ବୋଲି କହିଛି ସଂଘ। ରବିବାର ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକଜିକ୍ୟୁଟିଭ ବଡି ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି। ଗତ ୨୯ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ବିଡିଓ ସମ୍ଭେଦ ଆରିଫ ହୁସେନଙ୍କୁ ଗାଲୁଆ ପଞ୍ଚାୟତର ସରପଞ୍ଚ ସୁରେଶ ଚନ୍ଦ୍ର ବାରିକ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଥାନାରେ ଏତଲା ଦେବା ସହ ଖୋର୍ଦ୍ଧା ଏସପି ଓ ଡିଜିଙ୍କଠାରେ ମଧ୍ୟ ଅଭିଯୋଗ କରିଥିଲା ସଂଘ। କିନ୍ତୁ ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇ ନ ଥିବାରୁ ସଂଘ ଏଭଳି ନିଷ୍ପତ୍ତି ନେଇଛି।

Related story