ଆଉ ନାହାନ୍ତି ବନାଟି ଖେଳ ଗୁରୁ ରାମଚନ୍ଦ୍ର

ପୁରୀ (ଓଡ଼ିଶା ରିପୋର୍ଟର): ଆଉ ନାହାନ୍ତି ପ୍ରଖ୍ୟାତ ବନାଟି ଖେଳ ଗୁରୁ ରାମଚନ୍ଦ୍ର ସୁଆର। ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ କରାଯାଇଛି। ବନାଟି ଖେଳ ଗୁରୁ ରାମଚନ୍ଦ୍ର ସୁଆର ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମସ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଏମ୍‌ସରେ ପହଞ୍ଚିବା […]

puri

puri

Manoranjan Sial
  • Published: Thursday, 14 January 2021
  • Updated: 14 January 2021, 03:29 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଆଉ ନାହାନ୍ତି ପ୍ରଖ୍ୟାତ ବନାଟି ଖେଳ ଗୁରୁ ରାମଚନ୍ଦ୍ର ସୁଆର। ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ କରାଯାଇଛି।

ବନାଟି ଖେଳ ଗୁରୁ ରାମଚନ୍ଦ୍ର ସୁଆର ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମସ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଏମ୍‌ସରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ତାଙ୍କର ବିୟୋଗ ହୋଇଯାଇଛି। ବିଳମ୍ବିତ ରାତିରେ ତାଙ୍କର ମରଶରୀରକୁ ପୁରୀ ସ୍ୱର୍ଗଦ୍ୱରରେ ସତ୍କାର କରାଯାଇଛି। ତାଙ୍କର ଏକମାତ୍ର ପୁତ୍ର ଜଗନ୍ନାଥ ସୁଆର ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଶୋକ ପ୍ରକାଶ କରିଛନ୍ତି।

ରାମଚନ୍ଦ୍ର ଜୀବନ ସାରା ବନାଟି ଖେଳ ବିକାଶ ପାଇଁ କାର୍ଯ୍ୟ କରିଛନ୍ତି। ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବା ସହ ସେ ଜିଲ୍ଲା ପ୍ରଶାସନର ସମସ୍ତ ଉତ୍ସବରେ ବନାଟି ଖେଳ ପ୍ରଦର୍ଶନ କରୁଥିଲେ। ଚନ୍ଦନ ଯାତ୍ରାଠାରୁ ଆରମ୍ଭ କରି ରଥଯାତ୍ରା ଓ ନୀଳାଦ୍ରି ବିଜେ ସମୟରେ ବନାଟି ପ୍ରଦର୍ଶନ କରାଯାଇଥାଏ। ତାଙ୍କଠାରୁ ଶିକ୍ଷାଗ୍ରହଣ କରିଥିବା ହଜାର ହଜାର ଛାତ୍ରଛାତ୍ରୀ ସମଗ୍ର ଓଡ଼ିଶାରେ ରହିଛନ୍ତି। ସେ ପୁରୀ ଜିଲ୍ଲା ତଥା ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମନୀତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story