ବଞ୍ଚିତ ଜନଜାତିଙ୍କ ପାଇଁ ମୟୂରଭଞ୍ଜ ଓ କୋରାପୁଟରେ ନୂଆ ପ୍ରକଳ୍ପ

ଭୁବନେଶ୍ୱର: ବଞ୍ଚିତ ଜନଜାତିଙ୍କ ପାଇଁ ବ୍ୟବସାୟିକ ସୁଯୋଗ ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ଦୁଇଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ ନୂଆ ପ୍ରକଳ୍ପ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ନେଇ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ଏବଂ ଏସିଆନ ହେରିଟେଜ୍ ଫାଉଣ୍ଡେସନ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଜନଜାତି ବହୁଳ ମୟୂରଭଞ୍ଜ ଏବଂ କୋରାପୁଟ ଜିଲ୍ଲାର ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ପାରମ୍ପାରିକ ଜ୍ଞାନ କୈଶଳ ବିନିଯୋଗ କରି ଜୀବିକା ନିର୍ବାହ ଓ ବ୍ୟବସାୟ […]

bbsr

Rakesh Mallick
  • Published: Friday, 14 August 2015
  • , Updated: 14 August 2015, 11:12 AM IST

ଭୁବନେଶ୍ୱର: ବଞ୍ଚିତ ଜନଜାତିଙ୍କ ପାଇଁ ବ୍ୟବସାୟିକ ସୁଯୋଗ ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ଦୁଇଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ ନୂଆ ପ୍ରକଳ୍ପ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ନେଇ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ଏବଂ ଏସିଆନ ହେରିଟେଜ୍ ଫାଉଣ୍ଡେସନ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଜନଜାତି ବହୁଳ ମୟୂରଭଞ୍ଜ ଏବଂ କୋରାପୁଟ ଜିଲ୍ଲାର ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ପାରମ୍ପାରିକ ଜ୍ଞାନ କୈଶଳ ବିନିଯୋଗ କରି ଜୀବିକା ନିର୍ବାହ ଓ ବ୍ୟବସାୟ ବୃଦ୍ଧି ଲକ୍ଷ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।

ଏଥିପାଇଁ ଆସନ୍ତା ୪ ବର୍ଷରେ ଖର୍ଚ୍ଚ ହେବ ୨କୋଟି ୭୨ ଲକ୍ଷ ଟଙ୍କା। ଏହି ପ୍ରକଳ୍ପରେ ୧୬୦୦ କାରିଗରଙ୍କୁ ସାମିଲ କରାଯିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସେହିପରି ପ୍ରାଥମିକ ବୁଣାକାର, ହସ୍ତଶିଳ୍ପ ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଏହି ପ୍ରକଳ୍ପରେ ସାମିଲ ହେବେ।

 

Related story