କିସ୍କୁ ନୋଟିସ୍
- Published: Sunday, 13 May 2018
- , Updated: 13 May 2018, 09:58 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରା ନିଖୋଜ ଘଟଣାରେ କିସ୍ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ନୋଟିସ୍ ଜାରି କରିଛନ୍ତି। ଏହାସହ ମାଲକାନଗିରି ଏସ୍‌ପି, ଏସ୍‌ଡିପିଓ, ଖଇରପୁଟ ଆଇଆଇସି ଏବଂ ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ କମିଶନ ନୋଟିସ୍ କରିଛନ୍ତି। ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ସମସ୍ତ ଘଟଣାର ଜବାବ ଦାଖଲ କରିବାକୁ ନୋଟିସରେ ଦର୍ଶାଇଛନ୍ତି କମିଶନ।</p>
<p>ମାନବାଧିକାର କର୍ମୀ ପ୍ରଦୀପ ପ୍ରଧାନ ସଂପୃକ୍ତ ବଣ୍ଡା ଛାତ୍ରଙ୍କ ନିଖୋଜ ସମ୍ପର୍କରେ ଶିଶୁ ଅଧିକାର ସୁରକ୍ଷା କମିଶନଙ୍କ ନିକଟରେ ଆବେଦନ କରିଥିଲେ। ଗତ ୨୦୧୫ରୁ କିସ୍‌ରୁ ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରା ନିଖୋଜ ଅଛନ୍ତି। ଛାତ୍ର ଜଣକ ଖରା ଛୁଟିରେ ଘରକୁ ଯାଇ ପାରିବାରିକ ଝଗଡ଼ା ପରେ କେଉଁ ଆଡେ ଚାଲିଯାଇଥିବା ପୂର୍ବରୁ କିସ୍ କର୍ତ୍ତୃପକ୍ଷ କହିଥିଲେ।</p>