ସମସ୍ତଙ୍କ ସହ ନବୀନ ବି ଗାଇଲେ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ ଯୋଦ୍ଧାଙ୍କ ପାଇଁ ସଭିଏଁ ଗାଇଲେ ବନ୍ଦେ ଉତ୍କଳ ଜନନୀ। ଭୁବନେଶ୍ୱର ସହ ରାଜ୍ୟର କୋଣ ଅନୁକୋଣରେ ଶୁଭିଲା ବନ୍ଦେ ଉତ୍କଳ ଜନନୀ ସ୍ୱର। ଦେଶର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଆ ଲୋକ ଏହି ଗୀତ ଗାଇଛନ୍ତି। ବିଶ୍ୱର ବିଭିନ୍ନ ଦେଶରେ ଥିବା ଓଡ଼ିଆଲୋକ ବି ଗାଇଲେ। କୋଭିଡ଼ ଯୋଦ୍ଧାଙ୍କ ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ସମୂହ ଗାନ କରାଯାଇଛି। ନବୀନ ନିବାସରେ ଗାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ବିଧାନସଭା ସମ୍ମୁଖରେ ବିଧାୟକଙ୍କ […]

naveen-patnik

naveen-patnik

Tapas Behera
  • Published: Saturday, 30 May 2020
  • Updated: 30 May 2020, 06:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ ଯୋଦ୍ଧାଙ୍କ ପାଇଁ ସଭିଏଁ ଗାଇଲେ ବନ୍ଦେ ଉତ୍କଳ ଜନନୀ। ଭୁବନେଶ୍ୱର ସହ ରାଜ୍ୟର କୋଣ ଅନୁକୋଣରେ ଶୁଭିଲା ବନ୍ଦେ ଉତ୍କଳ ଜନନୀ ସ୍ୱର। ଦେଶର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଆ ଲୋକ ଏହି ଗୀତ ଗାଇଛନ୍ତି। ବିଶ୍ୱର ବିଭିନ୍ନ ଦେଶରେ ଥିବା ଓଡ଼ିଆଲୋକ ବି ଗାଇଲେ। କୋଭିଡ଼ ଯୋଦ୍ଧାଙ୍କ ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ସମୂହ ଗାନ କରାଯାଇଛି।

ନବୀନ ନିବାସରେ ଗାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ବିଧାନସଭା ସମ୍ମୁଖରେ ବିଧାୟକଙ୍କ ସହ ଗାଇଲେ ବାଚସ୍ପତି ସୂର୍ଯ୍ୟ ପାତ୍ର।

ଲୋକସେବା ଭବନରେ ସହକର୍ମୀଙ୍କ ସହ ଗାଇଲେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ। ପୁଲିସ ସେବା ଭବନରେ ସହକର୍ମୀଙ୍କ ସହ ଗାଇଲେ କମିଶନର। ସୂଚନା ଅନୁଯାୟୀ,

କୋଭିଡ୍‌ ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ଓଡ଼ିଶା ସରକାର ଶନିବାର ସନ୍ଧ୍ୟା ୫ଟା ୩୦ରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ ନବୀନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos