ଆସନ୍ତାବର୍ଷ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାବର୍ଷ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’। ସୂଚନା ଓ ଲୋକସଂପର୍କ ବିଭାଗର ପରାମର୍ଶ ଆଧାରରେ ଏହାକୁ ପାଠ୍ୟକ୍ରମରେ ସାମିଲ୍ କରାଯିବ। ଆଜି ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ସେ କହିଛନ୍ତି, ଚଳିତବର୍ଷ ବହି ବଣ୍ଟା ହୋଇ ସାରିଛି।  ‘ବନ୍ଦେ ଉତ୍କଳ ଜନନୀ’କୁ ପାଠ୍ୟକ୍ରମରେ ସାମିଲ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭାଗ ପଦକ୍ଷେପ ନେବ। ଯଦି ସୁବିଧା ହୁଏ, […]

9990000

Tapaswini Nayak
  • Published: Monday, 08 June 2020
  • , Updated: 08 June 2020, 01:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାବର୍ଷ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’। ସୂଚନା ଓ ଲୋକସଂପର୍କ ବିଭାଗର ପରାମର୍ଶ ଆଧାରରେ ଏହାକୁ ପାଠ୍ୟକ୍ରମରେ ସାମିଲ୍ କରାଯିବ। ଆଜି ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।

ସେ କହିଛନ୍ତି, ଚଳିତବର୍ଷ ବହି ବଣ୍ଟା ହୋଇ ସାରିଛି।  ‘ବନ୍ଦେ ଉତ୍କଳ ଜନନୀ’କୁ ପାଠ୍ୟକ୍ରମରେ ସାମିଲ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭାଗ ପଦକ୍ଷେପ ନେବ। ଯଦି ସୁବିଧା ହୁଏ, ତାହାହେଲେ ଏବର୍ଷ ସ୍ୱତନ୍ତ୍ର ପୁସ୍ତିକା କରି ପିଲାଙ୍କୁ ଦେବାର ବ୍ୟବସ୍ଥା କରାଯିବ। ଏନେଇ ବିଭାଗ ବିସ୍ତୁତ ଅନୁଧ୍ୟାନ ପରେ ନିଷ୍ପତ୍ତି ନେବ।

ମନ୍ତ୍ରୀ ଆହୁରି କହିଛନ୍ତି, ଆସନ୍ତାବର୍ଷ ପାଠ୍ୟକ୍ରମରେ ସ୍ଥାନ ପାଇବ। ସୂଚନା ଓ ପ୍ରସାରଣ ବିଭାଗ ଯେଉଁ ଆଧାରରେ କହିବ, ସେହି ଅନୁସାରେ ପାଠ୍ୟକ୍ରମରେ ସାମିଲ ହେବ। ପାଠ୍ୟକ୍ରମରେ ସଙ୍ଗୀତ ରହିବ ଓ କାନ୍ତକବିଙ୍କ ସଂପର୍କରେ ବି ସ୍ଥାନ ପାଇବ।

ଶ୍ରୀ ଦାଶ କହିଛନ୍ତି,  ସ୍କୁଲରେ ୪ଟା ବେଳେ ଛୁଟି ହେବା ପୂର୍ବରୁ ଏହି ସଙ୍ଗୀତ ଗାନ କରାଯିବ। ଏବେ ବି କିଛି ସ୍କୁଲରେ ଗାନ କରାଯାଉଛି।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟ କ୍ୟାବିନେଟରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିଥିଲା। ବିଧାନସଭାରେ ବିଧିବଦ୍ଧ ବିଲ୍ ଆସିବା ପରେ ଏହା ରାଜ୍ୟର ସରକାରୀ ସଙ୍ଗୀତ ଭାବେ କାର୍ଯ୍ୟ କରିବ। ଏହାକୁ  ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପାଠ୍ୟକ୍ରମରେ ସାମିଲ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

Related story