ବିଜେଡିର ୧୨ ଘଣ୍ଟିଆ ଚନ୍ଦାହାଣ୍ଡି ବନ୍ଦ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ବିଜେଡି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦେଇଛି। ଫଳରେ ଦୋକାନ ବଜାର ସହିତ ଯାନବାହନ ଚଳାଚଳ ବନ୍ଦ ରହିଛି।  ତେଲ ନଦୀରେ ବ୍ରିଜ ନିର୍ମାଣ ପାଇଁ ପରିବେଶ ମଞ୍ଜୁରୀ ନ ମିଳିବା ପ୍ରତିବାଦ କରି ବିଜେଡି ଏହି ବନ୍ଦ ପାଳନ କରୁଛି। ଏଥିପାଇଁ ଦଳ କେନ୍ଦ୍ର ପରିବେଶ ମନ୍ତ୍ରାଳୟକୁ ଦାୟୀ କରିଛି।