ଜାତୀୟ ରାଜପଥ ମରାମତି ଦାବିରେ କାମାକ୍ଷାନଗର ବନ୍ଦ

କାମାକ୍ଷାନଗର: ୪ଦଫା ଦାବିରେ ଆଜି କାମାକ୍ଷାନଗର ୯ ଘଣ୍ଟା ବନ୍ଦ ଡାକରା ଦିଆଯାଇଛି। କାମାକ୍ଷାନଗର ଓକିଲ ସଂଘ ପକ୍ଷରୁ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଏହି ବନ୍ଦ ଡାକରା ଦିଆଯାଇଛି। ଜାତୀୟ ରାଜପଥ ୫୩ ମରାମତି ସହ ଏହାର ଉଭୟ ପାର୍ଶ୍ଵରେ ଡ୍ରେନ୍‌ ନିର୍ମାଣ କରିବାକୁ ଦାବି କରାଯାଇଛି। ଲକ୍ଷ୍ମୀବଜାର ଦେଇ ଯାଇଥିବା ରାଜପଥ ୫୩ ଓ ଜଗନ୍ନାଥ ବଜାର ଠାରେ ଢେଙ୍କାନାଳକୁ ଯାଇଥିବା ମୁଖ୍ୟ ରାସ୍ତାକୁ ଆନ୍ଦୋଳନକାରୀ ଅବରୋଧ କରିଛନ୍ତି। ଫଳରେ ଯାନବାହାନ ଚଳାଚଳ […]

nn

Rakesh Mallick
  • Published: Wednesday, 29 November 2017
  • , Updated: 29 November 2017, 10:49 AM IST

କାମାକ୍ଷାନଗର: ୪ଦଫା ଦାବିରେ ଆଜି କାମାକ୍ଷାନଗର ୯ ଘଣ୍ଟା ବନ୍ଦ ଡାକରା ଦିଆଯାଇଛି। କାମାକ୍ଷାନଗର ଓକିଲ ସଂଘ ପକ୍ଷରୁ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଏହି ବନ୍ଦ ଡାକରା ଦିଆଯାଇଛି। ଜାତୀୟ ରାଜପଥ ୫୩ ମରାମତି ସହ ଏହାର ଉଭୟ ପାର୍ଶ୍ଵରେ ଡ୍ରେନ୍‌ ନିର୍ମାଣ କରିବାକୁ ଦାବି କରାଯାଇଛି।

ଲକ୍ଷ୍ମୀବଜାର ଦେଇ ଯାଇଥିବା ରାଜପଥ ୫୩ ଓ ଜଗନ୍ନାଥ ବଜାର ଠାରେ ଢେଙ୍କାନାଳକୁ ଯାଇଥିବା ମୁଖ୍ୟ ରାସ୍ତାକୁ ଆନ୍ଦୋଳନକାରୀ ଅବରୋଧ କରିଛନ୍ତି। ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦୋକାନ ବଜାର ବନ୍ଦ ରହିବା ସହ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି।

ଓକିଲମାନଙ୍କ ଏହି ବନ୍ଦକୁ କଂଗ୍ରେସ ଦଳ ସମର୍ଥନ କରିଛି ଓ ଏହି ଆନ୍ଦୋଳନରେ ସାମିଲ ହୋଇଛି। ବନ୍ଦ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛିା

Related story