ବିଜେପି ଉପରେ ଦିଦି ଖପ୍ପା: କହିଲେ-ୟାଙ୍କୁ ଗାଦିଚ୍ୟୁତ କରିବାକୁ ପଡ଼ିବ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ଉପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମିତ ଶାହଙ୍କ ନଜରକୁ ନେଇ ମମତା ବାନାର୍ଜୀ ଖପ୍ପା। ପୁରୁଲିଆରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍&zwnj;ବୋଧନ ଦେବା ବେଳେ ବିଜେପି ଉପରେ ବର୍ଷିଛନ୍ତି ମମତା। ଏପରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ଲୋଗାନକୁ ଦୋହରାଇ ମମତା କହିଛନ୍ତି, ପଶ୍ଚିମବଙ୍ଗ ବିଜେପି ଆଗରେ ମୁଣ୍ଡ ନୁଆଁଇବ ନାହିଁ। ମୋଦିଙ୍କ ବିରୋଧରେ ତୃତୀୟ ସାମ୍ମୁଖ୍ୟ ବା ଫେଡେରାଲ ଫ୍ରଣ୍ଟ ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି ମମତା। ଏନେଇ ସେ ତେଲୁଗ ଦେଶମ ପାର୍ଟି,&nbsp; ଟିଆରଏସର କେ ଚନ୍ଦ୍ର ଶେଖର ରାଓ, ଶିବସେନାର ଉଦ୍ଧବ ଠାକରେ, ଡିଏମ୍&zwnj;କେର ଷ୍ଟାଲିନଙ୍କ ସହ କଥା ହୋଇଛନ୍ତି। ଯଦିଓ ତେଲୁଗୁ ଦେଶମ ପାର୍ଟି ଏନ୍&zwnj;ଡିଏରେ ଅଛି, ତଥାପି ବଜେଟରେ ଆନ୍ଧ୍ରକୁ ଅଣଦେଖା ଓ ଅନୁଦାନ ପ୍ରସଙ୍ଗରେ କେନ୍ଦ୍ର ସରକାର ଉପରେ ଖପ୍ପା ଅଛନ୍ତି ଦଳର ନେତା। ଏପଟେ ଆନ୍ଧ୍ରକୁ ସ୍ୱତନ୍ତ୍ର ଅନୁଦାନ ଓ ଅନ୍ୟ ୧୯ ଟି ଦାବି ନେଇ ଓଡ଼ିଶାର ସାଂସଦଙ୍କ ସମର୍ଥନ ମଧ୍ୟ ମାଗିଛି ଟିଡିପି। ଶିବସେନା ମଧ୍ୟ ବିଜେପିଠାରୁ ସଂପର୍କ ତୁଟାଇଛି। ସିପିଆଇ ବି ତୃତୀୟ ସାମ୍ମୁଖ୍ୟ ସପକ୍ଷରେ ସମୀକରଣ କରୁଛି। ତେଣୁ ଏପରି ସ୍ଥିତିରେ ମୋଦି ବିରୋଧୀ ଆଞ୍ଚଳିକ ଦଳକୁ ଏକଜୁଟ କରିବା ପାଇଁ ମମତାଙ୍କ ଆହ୍ୱାନ ବେଶ ଗୁରୁତ୍ୱ ବହନ କରୁଛି।</p> <p>ମୋଦି ବିରୋଧୀ ଶକ୍ତିକୁ ସଂଜୀବନୀ ଦେବାକୁ ଚାହୁଁଥିବା ବିଜେଡି ପାଇଁ ବି ମମତାଙ୍କ ଆହ୍ୱାନ ଅନେକ ଗୁରୁତ୍ୱ ରଖୁଛି। କିନ୍ତୁ ତୃତୀୟ ସାମ୍ମୁଖ୍ୟ ସପକ୍ଷରେ ଦଳ ମାପିଚୁପି ମନ୍ତବ୍ୟ ଦେଇଛି। ଏପଟେ ବିଜେପି, ମମତାଙ୍କ ପ୍ରଚେଷ୍ଟାକୁ ଅସ୍ତିତ୍ୱ ରକ୍ଷାର କସରତ ବୋଲି କହିଛି।</p>

Ordigital Desk
  • Published: Tuesday, 06 March 2018
  • Updated: 06 March 2018, 08:09 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗ ଉପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମିତ ଶାହଙ୍କ ନଜରକୁ ନେଇ ମମତା ବାନାର୍ଜୀ ଖପ୍ପା। ପୁରୁଲିଆରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍&zwnj;ବୋଧନ ଦେବା ବେଳେ ବିଜେପି ଉପରେ ବର୍ଷିଛନ୍ତି ମମତା। ଏପରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ଲୋଗାନକୁ ଦୋହରାଇ ମମତା କହିଛନ୍ତି, ପଶ୍ଚିମବଙ୍ଗ ବିଜେପି ଆଗରେ ମୁଣ୍ଡ ନୁଆଁଇବ ନାହିଁ। ମୋଦିଙ୍କ ବିରୋଧରେ ତୃତୀୟ ସାମ୍ମୁଖ୍ୟ ବା ଫେଡେରାଲ ଫ୍ରଣ୍ଟ ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି ମମତା। ଏନେଇ ସେ ତେଲୁଗ ଦେଶମ ପାର୍ଟି,&nbsp; ଟିଆରଏସର କେ ଚନ୍ଦ୍ର ଶେଖର ରାଓ, ଶିବସେନାର ଉଦ୍ଧବ ଠାକରେ, ଡିଏମ୍&zwnj;କେର ଷ୍ଟାଲିନଙ୍କ ସହ କଥା ହୋଇଛନ୍ତି। ଯଦିଓ ତେଲୁଗୁ ଦେଶମ ପାର୍ଟି ଏନ୍&zwnj;ଡିଏରେ ଅଛି, ତଥାପି ବଜେଟରେ ଆନ୍ଧ୍ରକୁ ଅଣଦେଖା ଓ ଅନୁଦାନ ପ୍ରସଙ୍ଗରେ କେନ୍ଦ୍ର ସରକାର ଉପରେ ଖପ୍ପା ଅଛନ୍ତି ଦଳର ନେତା। ଏପଟେ ଆନ୍ଧ୍ରକୁ ସ୍ୱତନ୍ତ୍ର ଅନୁଦାନ ଓ ଅନ୍ୟ ୧୯ ଟି ଦାବି ନେଇ ଓଡ଼ିଶାର ସାଂସଦଙ୍କ ସମର୍ଥନ ମଧ୍ୟ ମାଗିଛି ଟିଡିପି। ଶିବସେନା ମଧ୍ୟ ବିଜେପିଠାରୁ ସଂପର୍କ ତୁଟାଇଛି। ସିପିଆଇ ବି ତୃତୀୟ ସାମ୍ମୁଖ୍ୟ ସପକ୍ଷରେ ସମୀକରଣ କରୁଛି। ତେଣୁ ଏପରି ସ୍ଥିତିରେ ମୋଦି ବିରୋଧୀ ଆଞ୍ଚଳିକ ଦଳକୁ ଏକଜୁଟ କରିବା ପାଇଁ ମମତାଙ୍କ ଆହ୍ୱାନ ବେଶ ଗୁରୁତ୍ୱ ବହନ କରୁଛି।</p><p>ମୋଦି ବିରୋଧୀ ଶକ୍ତିକୁ ସଂଜୀବନୀ ଦେବାକୁ ଚାହୁଁଥିବା ବିଜେଡି ପାଇଁ ବି ମମତାଙ୍କ ଆହ୍ୱାନ ଅନେକ ଗୁରୁତ୍ୱ ରଖୁଛି। କିନ୍ତୁ ତୃତୀୟ ସାମ୍ମୁଖ୍ୟ ସପକ୍ଷରେ ଦଳ ମାପିଚୁପି ମନ୍ତବ୍ୟ ଦେଇଛି। ଏପଟେ ବିଜେପି, ମମତାଙ୍କ ପ୍ରଚେଷ୍ଟାକୁ ଅସ୍ତିତ୍ୱ ରକ୍ଷାର କସରତ ବୋଲି କହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos