ପଞ୍ଚାୟତରେ ଖୋଲିବ ବ୍ୟାଙ୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୪୨୯୧ ପଞ୍ଚାୟତରେ ବ୍ୟାଙ୍କ ସେବା ଦେବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ସଂପୃକ୍ତ ଅଞ୍ଚଳର ପଞ୍ଚାୟତ ଅଫିସ୍‌ରେ ବ୍ୟାଙ୍କ ଖୋଲାଯିବ। ଏଥିପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ମାଗଣାରେ ଅଫିସ୍‌ ଦେବେ ରାଜ୍ୟ ସରକାର। ଖୁବ୍‌ଶୀଘ୍ର ୫୭୧ଟି ସ୍ଥାନରେ ବ୍ୟାଙ୍କ ସେବା ଯୋଗାଇବା ଦିଆଯିବ। ଆଜି ଭୁବନେଶ୍ୱରରେ ଆୟୋଜିତ ରାଜ୍ୟ ବ୍ୟାଙ୍କ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସେହିପରି ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ୨ଟି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଶାଖା ଖୋଲିବ। ଯାହାଦ୍ୱାରା […]

bank

Manoranjan Sial
  • Published: Saturday, 21 December 2019
  • , Updated: 21 December 2019, 09:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୪୨୯୧ ପଞ୍ଚାୟତରେ ବ୍ୟାଙ୍କ ସେବା ଦେବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ସଂପୃକ୍ତ ଅଞ୍ଚଳର ପଞ୍ଚାୟତ ଅଫିସ୍‌ରେ ବ୍ୟାଙ୍କ ଖୋଲାଯିବ। ଏଥିପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ମାଗଣାରେ ଅଫିସ୍‌ ଦେବେ ରାଜ୍ୟ ସରକାର। ଖୁବ୍‌ଶୀଘ୍ର ୫୭୧ଟି ସ୍ଥାନରେ ବ୍ୟାଙ୍କ ସେବା ଯୋଗାଇବା ଦିଆଯିବ। ଆଜି ଭୁବନେଶ୍ୱରରେ ଆୟୋଜିତ ରାଜ୍ୟ ବ୍ୟାଙ୍କ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ସେହିପରି ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ୨ଟି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଶାଖା ଖୋଲିବ। ଯାହାଦ୍ୱାରା ଅପହଞ୍ଚ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବ୍ୟାଙ୍କ ସୁବିଧା ପାଇ ପାରିବେ। ଏହାଛଡ଼ା ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ନଗଦ ଟଙ୍କା ଦିଆଯାଉଛି। ଯାହାକୁ ବଦଳାଇ ଏଣିକି ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି।

ସୂଚନାରୁ ପ୍ରକାଶ, ମାଲକାନଗିରି ପରି ଅନେକ ଅପହଞ୍ଚ ଅଞ୍ଚଳରେ ଲୋକମାନେ ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ହେଉଥିଲା। ଯାହାଫଳରେ ଲୋକ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ବିଶେଷକରି ସରକାରୀ ଯୋଜନାରେ ସିଧା ଟ୍ରାନ୍ସଫର ହେଉଥିବା ଅର୍ଥ ହିତାଧିକାରୀମାନେ ପାଇପାରୁନଥିଲେ। ଏବେ ସେହି ଅସୁବିଧା ଦୂର ହେବ। ପଞ୍ଚାୟତ ଅଫିସରେ ବ୍ୟାଙ୍କ ପ୍ରତିଷ୍ଠା ହେଲେ, ଲୋକେ ହାତପାଆନ୍ତାରେ ସେବା ପାଇବେ। ତେବେ ସରକାରଙ୍କ ଏହି ଯୋଜନା କେତେଦୂର କାର୍ଯ୍ୟକରୀ ହେଉଛି, ତାହା ସମୟ କହିବ।

Related story