ବ୍ୟାଙ୍କ, ବୀମା ଓ ଜଙ୍ଗଲ କର୍ମଚାରୀ ବି କୋଭିଡ୍ ଯୋଦ୍ଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ଦ୍ୱିତୀୟ ଲହର ରାଜ୍ୟରେ ଭୟାବହ ପରିସ୍ଥିତି ସୃଷ୍ଟି କରିଥିବାବେଳେ ରାଜ୍ୟ ସରକାର ଆଉ କେତେକ ବର୍ଗର କର୍ମଚାରୀଙ୍କୁ କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ମେ’ ୬ତାରିଖରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏହି କର୍ମଚାରୀମାନଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା ପାଇଁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ କୋଭିଡ୍ ମହାମାରୀ ସମୟରେ ବି ଏହା ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଅବଗତ କରାଇବାକୁ ୭ଦିନ ସମୟ ଲାଗୁଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର […]

covid

covid

Ordigital Desk
  • Published: Thursday, 13 May 2021
  • Updated: 13 May 2021, 11:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ଦ୍ୱିତୀୟ ଲହର ରାଜ୍ୟରେ ଭୟାବହ ପରିସ୍ଥିତି ସୃଷ୍ଟି କରିଥିବାବେଳେ ରାଜ୍ୟ ସରକାର ଆଉ କେତେକ ବର୍ଗର କର୍ମଚାରୀଙ୍କୁ କୋଭିଡ୍ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ମେ’ ୬ତାରିଖରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏହି କର୍ମଚାରୀମାନଙ୍କୁ କୋଭିଡ୍ ଯୋଦ୍ଧା ଘୋଷଣା ପାଇଁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ କୋଭିଡ୍ ମହାମାରୀ ସମୟରେ ବି ଏହା ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଅବଗତ କରାଇବାକୁ ୭ଦିନ ସମୟ ଲାଗୁଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲଟି କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଳେଖି ଗତ ସପ୍ତାହରେ କୋଭିଡ୍ ଯୋଦ୍ଧା ବର୍ଗରେ ସାମିଲ କରାଯାଇଥିବା ଆଉ କିଛି କର୍ମଚାରୀଙ୍କର ଟିକାକରଣ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମେ’ ୬ତାରିଖରେ ଅନୁଷ୍ଠିତ ରାଜ୍ୟ ଷ୍ଟିୟରିଂ କମିଟି ବୈଠକରେ ନିଆଯାଇଥିବା ନୀତିଗତ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି।

ସେ କହିଛନ୍ତି ଯେ, ଜଙ୍ଗଲ କର୍ମଚାରୀ ଓ ଫରେଷ୍ଟ ଗାର୍ଡ, ବ୍ୟାଙ୍କ କର୍ମଚାରୀ, ବୀମା କର୍ମଚାରୀ, ଏନସିପିଆଇ ସେବା ପ୍ରଦାନକାରୀ, ଏଟିଏମ୍ ମେସିନରେ ଅର୍ଥ ରଖୁଥିବା କର୍ମଚାରୀ, ବ୍ୟାଙ୍କ ମିତ୍ର ସମେତ ରେଳବାଇ କର୍ମଚାରୀ, ଚାଇଲଡଲାଇନ କର୍ମଚାରୀ, ୱାନଷ୍ଟକ ସେଣ୍ଟର ଓ ଶିଶୁସେବା କେନ୍ଦ୍ରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ,ଅକ୍ସିଜେନ୍ ପ୍ଲାଣ୍ଟରେ କାର୍ଯ୍ୟରତ କର୍ମଚାରୀ, ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କର୍ମଚାରୀ ଏବଂ କଲ ସେଣ୍ଟର କର୍ମଚାରୀମାନଙ୍କୁ ମଧ୍ୟ ସମ୍ମୁଖ କୋଭିଡ୍ ଯୋଦ୍ଧା ବର୍ଗରେ ସାମିଲ କରି ଟିକାକରଣ କରାଇବାକୁ କୁହାଯାଇଛି।

ଏମାନଙ୍କ ବ୍ୟତୀତ ପଶୁସମ୍ପଦ ଡାକ୍ତର, ନିରୀକ୍ଷକ, ପାରା ଭେଟେନାରୀ କର୍ମଚାରୀମାନଙ୍କୁ ମଧ୍ୟ କୋଭିଡ୍ ଯୋଦ୍ଧା ଭାବେ ଟିକାକରଣ କରିବାକୁ କୁହାଯାଇଛି। ତେବେ ଏହି ଉପରୋକ୍ତ ବର୍ଗର କର୍ମଚାରୀଙ୍କ କେବଳ ଦ୍ୱିତୀୟ ଡୋଜ୍ ଟିକାକରଣକୁ ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଟିକା ଉପଲବ୍ଧ ହେଲେ ଏହି ଉପରୋକ୍ତ ବର୍ଗର ସମସ୍ତ କର୍ମଚାରୀଙ୍କ ଟିକାକରଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos