ବଂଶଧାରା ଜଳ ବିବାଦ: ନେରେଡିରେ ଆନିକଟ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶକୁ ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଂଶଧାରା ଜଳ ବିବାଦକୁ ଆସିଛି ନୂଆ ରାୟ । ଟ୍ରିବ୍ୟୁନାଲ ନେରେଡିଠାରେ ଆନିକଟ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶକୁ ଅନୁମତି ଦେଇଛନ୍ତି।  ଟ୍ରିବ୍ୟୁନାଲର ନିଷ୍ପତ୍ତି ଅନୁଯାୟୀ, ବ୍ୟାରେଜରେ ଦୁଇଟି ମୁଖ୍ୟ ସ୍ଲୁଇସ ଫାଟକ ରହିବ । ଆନ୍ଧ୍ରପ୍ରଦେଶର ଜଳସେଚନ ବ୍ୟବସ୍ଥା ପାଇଁ ବାମପଟେ ଓ ଓଡ଼ିଶା ପାଇଁ ଦକ୍ଷିର ପାର୍ଶ୍ୱରେ ମଧ୍ୟ ଅନୁରୂପ ସ୍ଲୁଇସ୍ ଫାଟକ ରହିବ । ଜଳ ଉପରେ ଉଭୟ ରାଜ୍ୟର ଅଧିକାର ରହିବ । ଆନିକଟ ନିର୍ମାଣ ଲାଗି ଆବଶ୍ୟକ ୧୦୬ […]

Bansadhara-12

Bansadhara-12

Tapas Behera
  • Published: Wednesday, 23 June 2021
  • Updated: 23 June 2021, 06:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଂଶଧାରା ଜଳ ବିବାଦକୁ ଆସିଛି ନୂଆ ରାୟ । ଟ୍ରିବ୍ୟୁନାଲ ନେରେଡିଠାରେ ଆନିକଟ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶକୁ ଅନୁମତି ଦେଇଛନ୍ତି।  ଟ୍ରିବ୍ୟୁନାଲର ନିଷ୍ପତ୍ତି ଅନୁଯାୟୀ, ବ୍ୟାରେଜରେ ଦୁଇଟି ମୁଖ୍ୟ ସ୍ଲୁଇସ ଫାଟକ ରହିବ । ଆନ୍ଧ୍ରପ୍ରଦେଶର ଜଳସେଚନ ବ୍ୟବସ୍ଥା ପାଇଁ ବାମପଟେ ଓ ଓଡ଼ିଶା ପାଇଁ ଦକ୍ଷିର ପାର୍ଶ୍ୱରେ ମଧ୍ୟ ଅନୁରୂପ ସ୍ଲୁଇସ୍ ଫାଟକ ରହିବ ।

ଜଳ ଉପରେ ଉଭୟ ରାଜ୍ୟର ଅଧିକାର ରହିବ । ଆନିକଟ ନିର୍ମାଣ ଲାଗି ଆବଶ୍ୟକ ୧୦୬ ଏକର ଜମି ଓଡ଼ିଶା ସରକାର ଅଧିଗ୍ରହଣ କରିବେ।  ଜମି ଅଧିଗ୍ରହଣ ବିବାଦ କ୍ଷତିପୂରଣ ଅର୍ଥ, ବିସ୍ଥାପିତଙ୍କ ଥଇଥାନ ଓ ପୁନର୍ବାସ ଅର୍ଥ ମଧ୍ୟ ଆନ୍ଧ୍ରପ୍ରଦେଶ ସରକାର ବହନ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି ।

ଆନ୍ଧ୍ରପ୍ରଦେଶ ନିଜର ଆବଶ୍ୟକତାପାଇଁ ପ୍ରତିବର୍ଷ ଜୁନ ପହିଲାରୁ ନଭେମ୍ବର ୩୦ ମଧ୍ୟରେ ୮ହଜାର କ୍ୟୁସେକ ଜଳ ନେବ। ବ୍ୟାରେଜ ତଳମୁଣ୍ଡରେ ସ୍ଲୁଇସ୍ ଡିସେମ୍ବର ପହିଲାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ବଂଶଧାରା ନଦୀ ଉପରେ ନେରେଡିଠାରେ ଆନିକଟ ନିର୍ମାଣ ପାଇଁ ଦୀର୍ଘ ୫୬ ବର୍ଷ ହେଲା ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ବିବାଦ ଲାଗି ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos