ବନ୍ୟା ଓ ମରୁଡ଼ି ସହନଶୀଳ ବିଭିନ୍ନ ଶସ୍ୟବୀଜର ବିକାଶ: ଓଡ଼ିଶା ସମେତ ଉପକୃତ ହେବେ ୬ ରାଜ୍ୟ

ନୂଆଦିଲ୍ଲୀ: ଜାତୀୟ କୃଷି ଗବେଷଣା ବ୍ୟବସ୍ଥା (ଏନଏଆରଏସ) ପକ୍ଷରୁ ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସହ୍ୟ କରିପାରୁଥିବା ବିଭିନ୍ନ ପ୍ରକାର ଶସ୍ୟବୀଜର ବିକାଶ କରାଯାଇଛି। ଏହି କାର୍ଯ୍ୟରେ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଏବଂ ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟମାନେ ସହଯୋଗ କରିଛନ୍ତି। ଏହିସବୁ ଶସ୍ୟବୀଜକୁ ଦେଶର ବିଭିନ୍ନ ଭାଗରେ କୃଷି କାର୍ଯ୍ୟରେ ପ୍ରୟୋଗ କରାଯିବ। ଓଡ଼ିଶା ଭଳି ବନ୍ୟା ଓ ମରୁଡି ପ୍ରପୀଡିତ ରାଜ୍ୟ ପାଇଁ ଏହି ଶସ୍ୟବୀଜ ବେଶ ସହାୟକ ହେବ […]

Farmer

Rakesh Mallick
  • Published: Sunday, 02 August 2015
  • , Updated: 02 August 2015, 03:50 PM IST

ନୂଆଦିଲ୍ଲୀ: ଜାତୀୟ କୃଷି ଗବେଷଣା ବ୍ୟବସ୍ଥା (ଏନଏଆରଏସ) ପକ୍ଷରୁ ବନ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସହ୍ୟ କରିପାରୁଥିବା ବିଭିନ୍ନ ପ୍ରକାର ଶସ୍ୟବୀଜର ବିକାଶ କରାଯାଇଛି। ଏହି କାର୍ଯ୍ୟରେ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଏବଂ ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟମାନେ ସହଯୋଗ କରିଛନ୍ତି। ଏହିସବୁ ଶସ୍ୟବୀଜକୁ ଦେଶର ବିଭିନ୍ନ ଭାଗରେ କୃଷି କାର୍ଯ୍ୟରେ ପ୍ରୟୋଗ କରାଯିବ। ଓଡ଼ିଶା ଭଳି ବନ୍ୟା ଓ ମରୁଡି ପ୍ରପୀଡିତ ରାଜ୍ୟ ପାଇଁ ଏହି ଶସ୍ୟବୀଜ ବେଶ ସହାୟକ ହେବ । ଓଡ଼ିଶା ଭଳି ଏକା ସମସ୍ୟାର ସମ୍ମୁଖୀନ ହେଉଥିବା ରାଜସ୍ଥାନ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର,, ଝାଡଖଣ୍ଡ, ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟରେ ମଧ୍ୟ ଏହି ଶସ୍ୟବୀଜ ବ୍ୟବହାର କରାଗଲେ କୃଷକମାନଙ୍କୁ ଆଉ ବିଶେଷ ଫସଲ ଉଜୁଡ଼ିଯିବା ଜନିତ କ୍ଷତି ସହିବାକୁ ପଡ଼ିବ ନାହିଁ। କାରଣ ଏହି ବୀଜଗୁଡ଼ିକ ବନ୍ୟା ଓ ମରୁଡ଼ି ଭଳି ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଅମଳକ୍ଷମ ହୋଇପାରିବ।

ଏସବୁ ମଞ୍ଜି ଅଧିକ ଅମଳକ୍ଷମ ଓ ବନ୍ୟା ଜଳରେ ବୁଡ଼ି ରହିଲେ ସୁଦ୍ଧା କୌଣସି କ୍ଷତି ହେବନାହିଁ। ଧାନ, ମକା, ଆଖୁ, ଝୋଟ ଭଳି ଶସ୍ୟ ଓ ଅର୍ଥକରୀ ଫସଲ ପାଇଁ ବନ୍ୟା ପ୍ରତିରୋଧୀ ବୀଜର ବିକାଶ ଘଟାଯାଇଛି । ସେହିପରି ଧାନ, ଗହମ, ମକା, ସୋରଘମ‌, ବାର୍ଲି, ମିଲେଟ, ବୁଟ, ଚିନାବାଦାମ, ସୋୟାବିନ, ଆଖୁ, କପା, ଓ ଝୋଟର ମରୁଡ଼ି ପରିସ୍ଥିତି ସହ୍ୟକାରୀ ବିଭିନ୍ନ କିସମର ଶଙ୍କର ଜାତୀୟ ବୀଜ ବୈଜ୍ଞାନିକ ପଦ୍ଧତିରେ ବିକାଶ କରାଯାଇଛି ।

ସରକାରଙ୍କ ଅନୁଧ୍ୟାନ ଓ ସୁପାରିଶ କ୍ରମେ ଏଭଳି ପ୍ରତିକୂଳ ଓ ପ୍ରାକୃତିକ ପରିସ୍ଥିତି ଉପୁଜୁଥିବା ଅଞ୍ଚଳର କୃଷକମାନଙ୍କୁ ଏହି ସବୁ ଶସ୍ୟବୀଜ ଯୋଗାଇ ଦିଆଯିବ। ଏହାଛଡ଼ା ସରକାରଙ୍କ ଜାତୀୟ ପ୍ରତିକୂଳ ଜଳବାୟୁ ସହନଶୀଳ କୃଷି ଉଦ୍ୟମ ମାଧ୍ୟମରେ ଦେଶର ବିଭିନ୍ନ ଭାଗରେ କୃଷକମାନଙ୍କୁ ଏହି ସବୁ ଶସ୍ୟବୀଜର ବୈଷୟିକ ପ୍ରଦର୍ଶନ କରାଯାଇ ସାରିଥିବା କୃଷି ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ କୁମାର ବଲିୟାନ ସୂଚନା ଦେଇଛନ୍ତି।

Related story