ବରଗଡ: ପ୍ରାଥମିକ ଶିକ୍ଷକଙ୍କୁ କ୍ୟାଡ଼ରଭୁକ୍ତ କରିବା ଦାବିରେ ଧାରଣା

ବରଗଡ: ୧୦ ବର୍ଷରୁ ଅଧିକ ସମୟ ଧରି ଚାକିରି କରିଥିବା ପ୍ରାଥମିକ ଶିକ୍ଷକଙ୍କୁ କ୍ୟାଡ଼ରଭୁକ୍ତ କରି ପଦୋନ୍ନତି କରିବାକୁ ବରଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଛି । ଏହି ଦାବି ନେଇ ଶିକ୍ଷକ ମାନେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲିଠାରୁ ଧାରଣାରେ ବସିଛନ୍ତି। ଏହି ଆନ୍ଦୋଳନରେ ଜିଲ୍ଲାର ୫ଶହ ଶିକ୍ଷକ ସାମିଲ ହୋଇଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆମରଣ ଅନଶନ କରାଯିବ ବୋଲି ସଂଘର ସଦସ୍ୟ ମାନେ […]

teacher

Rakesh Mallick
  • Published: Tuesday, 18 August 2015
  • , Updated: 18 August 2015, 03:51 AM IST

ବରଗଡ: ୧୦ ବର୍ଷରୁ ଅଧିକ ସମୟ ଧରି ଚାକିରି କରିଥିବା ପ୍ରାଥମିକ ଶିକ୍ଷକଙ୍କୁ କ୍ୟାଡ଼ରଭୁକ୍ତ କରି ପଦୋନ୍ନତି କରିବାକୁ ବରଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଛି । ଏହି ଦାବି ନେଇ ଶିକ୍ଷକ ମାନେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲିଠାରୁ ଧାରଣାରେ ବସିଛନ୍ତି। ଏହି ଆନ୍ଦୋଳନରେ ଜିଲ୍ଲାର ୫ଶହ ଶିକ୍ଷକ ସାମିଲ ହୋଇଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆମରଣ ଅନଶନ କରାଯିବ ବୋଲି ସଂଘର ସଦସ୍ୟ ମାନେ ଚେତାବନୀ ଦେଇଛନ୍ତି। ସେପଟେ ଶିକ୍ଷକଙ୍କ ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଦେଇଥିବା ଜଣାପଡ଼ିଛି।

Related story