ବରଗଡ: ବରଗଡ଼ ଅଞ୍ଚଳରେ ସମ୍ୱର ଶିଙ୍ଘ ଚୋରାଚାଲାଣ ରାକେଟର ଜିଲ୍ଲା ପୋଲିସ ପର୍ଦ୍ଦାଫାଶ କରିଛି । ଜିଲ୍ଲା ପୋଲିସ ବାରପାହାଡ଼ ପାଦଦେଶ ଡେବ୍ରିଗଡ଼ ଅଭୟାରଣ୍ୟରୁ ଚୋରାଚାଲାଣ ହେଉଥିବାବେଳେ ୨୧ଟି ସମ୍ୱର ଶିଙ୍ଘକୁ ଜବତ କରିଛି। ଏହି ଘଟଣାରେ ପୋଲିସ ପକ୍ଷରୁ ୪ଜଣଙ୍କୁ ଗିରଫ କରାଯାଇଛି ବୋଲି ଏସିପି ଆଶିଷ କୁମାର ସିଂ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରବୀର ସାହୁ, ବିଦ୍ୟାଧର ଗୌର, ଟିକେଶ୍ୱର କୋଡ଼ାକୁ ଏବଂ ଶ୍ରୀମତ ପ୍ରଧାନ। ଏହି ୪ଜଣଙ୍କ ମଧ୍ୟରୁ ୨ଜଣ ହେଉଛନ୍ତି ଛତିଶଗଡ଼ ସରିଆର ଏବଂ ଅନ୍ୟ ଦୁଇଜଣ ବରଗଡ଼ ଜିଲ୍ଲା ଅମ୍ୱାଭୋନାର । ଗତ ୪ ତାରିଖରେ ଡେବ୍ରିଗଡ଼ ଅଭୟାରଣ୍ୟରୁ ୨ଜଣ ଶିକାରୀଙ୍କୁ ବନବିଭାଗ ଗିରଫ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣା; ୩ କ୍ଷେତ୍ର ବନ କର୍ମଚାରୀ ସସପେଣ୍ଡ
ଗତକାଲି ସମ୍ବଲପୁର ନାକଟିଦେଉଳ ରେଂଜ ବୁରମାଲ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଟି ହାତୀଙ୍କ ମୃତ୍ୟୁ ଘଟିଥିଲା।
Accident
ଗଛରେ ପିଟିହେଲା କାର୍; ଡ୍ରାଇଭର ଗୁରୁତର
ରାତିସାରା ଆଦିତ୍ୟ ଗୁରୁତର ଅବସ୍ଥାରେ କାର୍ ଭିତରେ ପଡ଼ି ରହିଥିଲେ।
Accident
ଓଲଟିଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍, ଲାଗିଗଲା ନିଆଁ
ରାସ୍ତା କଡ଼କୁ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛି।
Politics
ଆମ୍ବ ଟାକୁଆ ମୃତ୍ୟୁ: ପୁଣି ବିଜେଡି-ବିଜେପି ମୁହାଁମୁହିଁ, ଆରଡିସି ତଦନ୍ତ ରିପୋର୍ଟକୁ ଅପେକ୍ଷା
ଆମ୍ବ ଟାକୁଆ ଖାଇ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଥିବା ଦାରିଙ୍ଗିବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁର ଜିତା ମାଝୀଙ୍କର ଆଜି ମୃତ୍ୟୁ ହେବାପରେ ରାଜନୀତି ସରଗରମ ହୋଇଛି ।
Miscellaneous
୨୩ରେ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦ ବୈଠକ, ଅତିରିକ୍ତ ଚିଠା ବଜେଟକୁ ମିଳିବ ମଞ୍ଜୁରୀ
ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୬ତାରିଖରେ ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ।