ବରଗଡରେ ବାଇକ ଚୋରି ରାକେଟ ଠାବ:  ୪ ଗିରଫ,୧୬ ଗାଡି ଜବତ

ବରଗଡ:ମୋଟର ସାଇକେଲ ଚୋରି କରୁଥିବା ଏକ ଆନ୍ତଃଜିଲ୍ଲା ରାକେଟକୁ ଗିରଫ କରିଛି ବରଗଡ଼ ପୋଲିସ। ଏନେଇ ୪ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ୧୬ଟି ମୋଟର ସାଇକେଲ ଜବତ ହୋଇଛି। ଅଭିଯୁକ୍ତମାନେ ବରଗଡ଼ ଜିଲ୍ଲା ତଥା ପଡୋଶୀ ସୋନପୁର ଏବଂ ସମ୍ୱଲପୁରର ବିଭିନ୍ନ ଅଞ୍ଚଳରୁ ଗାଡି ଚୋରି କରୁଥିଲେ। ଏନେଇ ବରଗଡ଼ ଥାନାରେ ମାମଲା ରୁଜୁ ହୋଇଛି। ଏକ ସାମ୍ୱାଦିକ ସମ୍ମିଳନୀରେ ବରଗଡ଼ ଏସପି ଆଶିଷ କୁମାର ସିଂ ଏହି ସୂଚନା ଦେଇଛନ୍ତି।

vlcsnap-2015-08-21-08h29m56s839 - Copy

Rakesh Mallick
  • Published: Friday, 21 August 2015
  • , Updated: 21 August 2015, 03:14 AM IST

Related story