ବରଗଡ: ବରଗଡ଼ ଜିଲ୍ଲାରେ ସମ୍ୱର ଶିଙ୍ଗ ଚୋରାଚାଲାଣ ରାକେଟର ଜିଲ୍ଲା ପୋଲିସଙ୍କୁ ପୁଣି ସଫଳତା ମିଳିଛି। ଅମ୍ବାସେନା ଥାନା ଖୁଲା ଗ୍ରାମରେ ବନ ବିଭାଗ ଚଢ଼ଉ କରି ୧୦ଟି ସମ୍ବର ଶିଙ୍ଗ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚନ୍ଦ୍ରଭାନୁ ବନ୍ନି, ନାରାୟଣ ଢ଼େଙ୍କା, ଶ୍ୟାମସୁନ୍ଦର ନେତି ଏବଂ ରାଜେନ୍ଦ୍ର ନେତି। ରବିବାର ଭଟଲି ଅମ୍ବାଡୋନା ରାସ୍ତାରେ ଟାଟା ମ୍ୟାଜିକରୁ ପୋଲିସ ୨୧ଟି ଶିଙ୍ଗ ଜବତ କରିବା ପରେ ୪ ଜଣଙ୍କୁ ଗିରଫ କରିଥିଲା। ଦୁଇ ଦିନରେ ଗିରଫ ହୋଇଥିବା ସମସ୍ତ ୮ ଜଣଙ୍କୁ ଆଜି ବନ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ ଯେ ଜିଲ୍ଲାରେ ବାରପାହାଡ ପାଦଦେଶ ଡ୍ରେବିଗଡ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶୀକାର କରି ଚମଡା, ଶିଙ୍ଗ, ନଖ ଆଦି ରାଜ୍ୟ ବାହାରକୁ ଚୋରା ରପ୍ତାନି କରାଯାଉଛି। ଏପରି ସୂଚନା ମିଳିବା ପରେ ବନବିଭାଗ ପକ୍ଷରୁ ତତ୍ପରତା ପ୍ରକଶ ପାଇବା ସହ ଫରେଷ୍ଟର ସୁଦାମ ଜଗଦଲାଙ୍କ ନେତୃତ୍ୱରେ ଖୁଲା ଗ୍ରାମରେ ଚଢ଼ାଉ କରାଯାଇଥିଲା
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଗଛରେ ପିଟିହେଲା କାର୍; ଡ୍ରାଇଭର ଗୁରୁତର
ରାତିସାରା ଆଦିତ୍ୟ ଗୁରୁତର ଅବସ୍ଥାରେ କାର୍ ଭିତରେ ପଡ଼ି ରହିଥିଲେ।
Accident
ଓଲଟିଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍, ଲାଗିଗଲା ନିଆଁ
ରାସ୍ତା କଡ଼କୁ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛି।
Politics
ଆମ୍ବ ଟାକୁଆ ମୃତ୍ୟୁ: ପୁଣି ବିଜେଡି-ବିଜେପି ମୁହାଁମୁହିଁ, ଆରଡିସି ତଦନ୍ତ ରିପୋର୍ଟକୁ ଅପେକ୍ଷା
ଆମ୍ବ ଟାକୁଆ ଖାଇ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଥିବା ଦାରିଙ୍ଗିବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁର ଜିତା ମାଝୀଙ୍କର ଆଜି ମୃତ୍ୟୁ ହେବାପରେ ରାଜନୀତି ସରଗରମ ହୋଇଛି ।
Miscellaneous
୨୩ରେ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦ ବୈଠକ, ଅତିରିକ୍ତ ଚିଠା ବଜେଟକୁ ମିଳିବ ମଞ୍ଜୁରୀ
ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୬ତାରିଖରେ ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ।
Miscellaneous
୨୦୪୭ ମସିହା ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’
ଓଡ଼ିଶାରେ ବୀମାହାର ଜାତୀୟସ୍ତର ତୁଳନାରେ କମିଥିବାରୁ ୨୦୪୭ ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟ ହାସଲ କରିବାକୁ ବୀମା କଭରେଜରେ ଉନ୍ନତି ଆଣିବା ନିମନ୍ତେ ରଣନୀତି ଉପରେ ଆଲୋଚନା ହୋଇଛି ।