ବରଗଡ: ପୁଣି ୧୦ଟି ସମ୍ବର ଶିଙ୍ଗ ଜବତ, ୪ ଗିରଫ

ବରଗଡ: ବରଗଡ଼ ଜିଲ୍ଲାରେ  ସମ୍ୱର ଶିଙ୍ଗ ଚୋରାଚାଲାଣ ରାକେଟର  ଜିଲ୍ଲା ପୋଲିସଙ୍କୁ ପୁଣି ସଫଳତା ମିଳିଛି। ଅମ୍ବାସେନା ଥାନା ଖୁଲା ଗ୍ରାମରେ ବନ ବିଭାଗ ଚଢ଼ଉ କରି ୧୦ଟି ସମ୍ବର ଶିଙ୍ଗ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚନ୍ଦ୍ରଭାନୁ ବନ୍ନି, ନାରାୟଣ ଢ଼େଙ୍କା, ଶ୍ୟାମସୁନ୍ଦର ନେତି ଏବଂ ରାଜେନ୍ଦ୍ର ନେତି। ରବିବାର ‍ଭଟଲି ଅମ୍ବାଡୋନା ରାସ୍ତାରେ ଟାଟା ମ୍ୟାଜିକରୁ  ପୋଲିସ ୨୧ଟି ଶିଙ୍ଗ ଜବତ କରିବା ପରେ ୪ […]

sambersinga

Rakesh Mallick
  • Published: Tuesday, 14 July 2015
  • , Updated: 14 July 2015, 07:20 AM IST

ବରଗଡ: ବରଗଡ଼ ଜିଲ୍ଲାରେ  ସମ୍ୱର ଶିଙ୍ଗ ଚୋରାଚାଲାଣ ରାକେଟର  ଜିଲ୍ଲା ପୋଲିସଙ୍କୁ ପୁଣି ସଫଳତା ମିଳିଛି। ଅମ୍ବାସେନା ଥାନା ଖୁଲା ଗ୍ରାମରେ ବନ ବିଭାଗ ଚଢ଼ଉ କରି ୧୦ଟି ସମ୍ବର ଶିଙ୍ଗ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚନ୍ଦ୍ରଭାନୁ ବନ୍ନି, ନାରାୟଣ ଢ଼େଙ୍କା, ଶ୍ୟାମସୁନ୍ଦର ନେତି ଏବଂ ରାଜେନ୍ଦ୍ର ନେତି। ରବିବାର ‍ଭଟଲି ଅମ୍ବାଡୋନା ରାସ୍ତାରେ ଟାଟା ମ୍ୟାଜିକରୁ  ପୋଲିସ ୨୧ଟି ଶିଙ୍ଗ ଜବତ କରିବା ପରେ ୪ ଜଣଙ୍କୁ ଗିରଫ କରିଥିଲା। ଦୁଇ ଦିନରେ ଗିରଫ ହୋଇଥିବା ସମସ୍ତ ୮ ଜଣଙ୍କୁ ଆଜି ବନ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ ଯେ ଜିଲ୍ଲାରେ ବାରପାହାଡ ପାଦଦେଶ ଡ୍ରେବିଗଡ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶୀକାର  କରି ଚମଡା, ଶିଙ୍ଗ, ନଖ ଆଦି  ରାଜ୍ୟ ବାହାରକୁ ଚୋରା ରପ୍ତାନି କରାଯାଉଛି।  ଏପରି ସୂଚନା ମିଳିବା ପରେ ବନବିଭାଗ ପକ୍ଷରୁ ତତ୍ପରତା ପ୍ରକଶ ପାଇବା ସହ ଫରେଷ୍ଟର ସୁଦାମ ଜଗଦଲାଙ୍କ ନେତୃତ୍ୱରେ ଖୁଲା ଗ୍ରାମରେ ଚଢ଼ାଉ କରାଯାଇଥିଲା

Related story