ବରଗଡ଼: ରାହୁଲ ଗାନ୍ଧିଙ୍କ ଗସ୍ତ ପୂର୍ବରୁ ଚାଷୀ ଆତ୍ମହତ୍ୟା ଅଭିଯୋଗ

ବରଗଡ଼: ଆଜିଠାରୁ କଂଗ୍ରେସ ବରଗଡ ଜିଲ୍ଲାରୁ ଚାଷୀ ବଞ୍ଚାଅ ଆନ୍ଦୋଳନ ପଦଯାତ୍ରା ଆରମ୍ଭ କରୁଛି । ଏଥିରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଯୋଗଦେବେ । ତେବେ ରାହୁଲଙ୍କ ଗସ୍ତର କିଛି ଘଣ୍ଟା ପୂର୍ବରୁ ବରଗଡ଼ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ଘଟିଥିବା ଅଭିଯୋଗ ହୋଇଛି । ସଦର ବ୍ଲକ ଅନ୍ତର୍ଗତ ବେଲବାହାଲି ଗାଁର ଯୁବ ଚାଷୀ ସୁଦାମ ମହାକୁର ବୁଧବାର କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ନିଜର ତିନି ଏକର ଜମିରେ […]

FARMER SUICIDE in baragard

Rakesh Mallick
  • Published: Thursday, 10 September 2015
  • , Updated: 10 September 2015, 08:59 AM IST

ବରଗଡ଼: ଆଜିଠାରୁ କଂଗ୍ରେସ ବରଗଡ ଜିଲ୍ଲାରୁ ଚାଷୀ ବଞ୍ଚାଅ ଆନ୍ଦୋଳନ ପଦଯାତ୍ରା ଆରମ୍ଭ କରୁଛି । ଏଥିରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଯୋଗଦେବେ । ତେବେ ରାହୁଲଙ୍କ ଗସ୍ତର କିଛି ଘଣ୍ଟା ପୂର୍ବରୁ ବରଗଡ଼ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ଘଟିଥିବା ଅଭିଯୋଗ ହୋଇଛି । ସଦର ବ୍ଲକ ଅନ୍ତର୍ଗତ ବେଲବାହାଲି ଗାଁର ଯୁବ ଚାଷୀ ସୁଦାମ ମହାକୁର ବୁଧବାର କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ନିଜର ତିନି ଏକର ଜମିରେ ଧାନଚାଷ କରିଥିଲେ। ଏଥିପାଇଁ ସେ ବିହନ ଓ କୀଟନାଶକ ଆଣିଥିଲେ। ଏଥିସହ ଚାଷ କାର୍ଯ୍ୟ ପାଇଁ ଟ୍ରାକ୍ଟର ଭଡା ସୁତ୍ରରେ ଆଣିଥିଲେ। ଗାଁ ଲୋକଙ୍କ ଠାରୁ ୧୨ହଜାର ଟଙ୍କା ହାତ ଉଧାରି କରି ଚାଷ କରିଥିଲେ।ତେବେ ଚଳିତବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ସୁଦାମଙ୍କ ଫସଲ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସେ ଚିନ୍ତିତ ଥିଲେ । ଏପରି ସ୍ଥିତିରେ ସେ ବିଲରେ କୀଟନାଶକ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁଦାମଙ୍କର ମୃତ୍ୟୁ ଘଟିଛି ।

Related story