ବରପଦା ଇଞ୍ଜିନିୟରିଂ କଲେଜ ଛାତ୍ରଙ୍କୁ ବୋମାମାଡ଼ ଘଟଣା: ୧୨ ଘଣ୍ଟିଆ ଭଦ୍ରକ ବନ୍ଦ

ଭଦ୍ରକ: ବରପଦା ଇଞ୍ଜିନିୟରିଂ କଲେଜ ଛାତ୍ରଙ୍କ ଉପରେ ବୋମାମାଡ଼ ଘଟଣା ପ୍ରତିବାଦରେ  ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ କରାଯାଇଛି । ଭଦ୍ରକ ଜିଲ୍ଲାର ଏହି ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଛି। ଏହାର ସମାଧାନ କରିବା, ବର୍ତ୍ତମାନର ପରିଚାଳନା କମିଟିକୁ ରଦ୍ଦ କରି ପରିଚାଳନା ଭାର ସରକାର ନିଜ ହାତକୁ ନେବା ଦାବିରେ ଭଦ୍ରକ ବନ୍ଦ ଡାକରା ଦିଆଯାଇଛି। ଏଥିରେ ନାଗରିକ ମଞ୍ଚ, ବିଇସିର ଛାତ୍ର ଓ କର୍ମଚାରୀ ସାମିଲ […]

bhadrak

Rakesh Mallick
  • Published: Friday, 14 August 2015
  • , Updated: 14 August 2015, 05:40 AM IST

ଭଦ୍ରକ: ବରପଦା ଇଞ୍ଜିନିୟରିଂ କଲେଜ ଛାତ୍ରଙ୍କ ଉପରେ ବୋମାମାଡ଼ ଘଟଣା ପ୍ରତିବାଦରେ  ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ କରାଯାଇଛି । ଭଦ୍ରକ ଜିଲ୍ଲାର ଏହି ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଛି। ଏହାର ସମାଧାନ କରିବା, ବର୍ତ୍ତମାନର ପରିଚାଳନା କମିଟିକୁ ରଦ୍ଦ କରି ପରିଚାଳନା ଭାର ସରକାର ନିଜ ହାତକୁ ନେବା ଦାବିରେ ଭଦ୍ରକ ବନ୍ଦ ଡାକରା ଦିଆଯାଇଛି। ଏଥିରେ ନାଗରିକ ମଞ୍ଚ, ବିଇସିର ଛାତ୍ର ଓ କର୍ମଚାରୀ ସାମିଲ ହୋଇଛନ୍ତି। ବିକ୍ଷୋଭକାରୀମାନେ ସହରର ପ୍ରମୁଖ ଛକ ଓ ରାସ୍ତାରେ ଟାୟାର ଜାଳି ପିକେଟିଂ କରିଛନ୍ତି। ଫଳରେ ସହରରେ ଦୋକାନ ବଜାର, ବ୍ୟବସାୟୀକ ପ୍ରତିଷ୍ଠାନ ଓ ଗାଡ଼ିମଟର ଚଳାଚଳ ବନ୍ଦ ରହିଛି। ସୁରକ୍ଷା  ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।।

Related story