ରାତି ଅଧରେ ଲାଗିଗଲା ନିଆଁ; ପାଉଁଶ ହୋଇଗଲା ୨୦ ଦୋକାନ

ବରଗଡ଼: ବରଗଡ଼ ହାଟପଦା ଡେଲି ମାର୍କେଟରେ ମଙ୍ଗଳବାର ରାତି ପ୍ରାୟ ଗୋଟାଏ ବେଳେ ଘଟିଛି ବଡ଼ ଧରଣର ଅଗ୍ନିକାଣ୍ଡ। ପାଉଁଶ ହୋଇଯାଇଛି ୨୦ରୁ ଅଧିକ ଦୋକାନ। ନଷ୍ଟ ହୋଇଯାଇଛି ଲକ୍ଷାଧିକ ଟଙ୍କାର ସଂପତ୍ତି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନି। ବିଦ୍ୟୁତ୍ ସଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗି ଥିବା ସନ୍ଦେହ କରାଯାଉଛି। ପ୍ରଥମେ ଗୋଟିଏ ଦୋକାନରେ ନିଆଁ ଲାଗିଥିଲା। ଦେଖୁ ଦେଖୁ ଏହା ଗୋଟିଏ ପରେ ଗୋଟିଏ ଦୋକାନକୁ ନିଜ କବଜାକୁ ନେଇଗଲା। ଖବର ପାଇଁ […]

fire

Rakesh Mallick
  • Published: Wednesday, 19 April 2017
  • , Updated: 19 April 2017, 11:20 AM IST

ବରଗଡ଼: ବରଗଡ଼ ହାଟପଦା ଡେଲି ମାର୍କେଟରେ ମଙ୍ଗଳବାର ରାତି ପ୍ରାୟ ଗୋଟାଏ ବେଳେ ଘଟିଛି ବଡ଼ ଧରଣର ଅଗ୍ନିକାଣ୍ଡ। ପାଉଁଶ ହୋଇଯାଇଛି ୨୦ରୁ ଅଧିକ ଦୋକାନ। ନଷ୍ଟ ହୋଇଯାଇଛି ଲକ୍ଷାଧିକ ଟଙ୍କାର ସଂପତ୍ତି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନି। ବିଦ୍ୟୁତ୍ ସଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗି ଥିବା ସନ୍ଦେହ କରାଯାଉଛି।

ପ୍ରଥମେ ଗୋଟିଏ ଦୋକାନରେ ନିଆଁ ଲାଗିଥିଲା। ଦେଖୁ ଦେଖୁ ଏହା ଗୋଟିଏ ପରେ ଗୋଟିଏ ଦୋକାନକୁ ନିଜ କବଜାକୁ ନେଇଗଲା। ଖବର ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ତିନୋଟି ଦମକଳ ଗାଡ଼ି ସାହାଯ୍ୟରେ ସେମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଏହି ସମୟରେ ଏକ ଦୋକାନ ଭିତରେ ଥିବା ଦୁଇଟି ଗ୍ୟାସ୍ ସିଲିଣ୍ଡର ଫାଟି ଯାଇଥିଲା। ଫଳରେ ନିଆଁ ଆହୁରି ଜୋରରେ ବ୍ୟାପିବାକୁ ଆରମ୍ଭ କରିଥିଲା। ତେବେ କୌଣସି ମତେ ନିଆଁକୁ ଆୟତ୍ତ କରାଯାଇଥିଲା।

ଏହି ଅଗ୍ନିକାଣ୍ଡରେ କେହି ହତାହତ ହୋଇନାହାନ୍ତି।

Related story