ବରଗଡ଼ ପାଲଟିଗଲାଣି କି ବିଦର୍ଭ?

ଭୁବନେଶ୍ୱର: ଭାସିଗଲା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଭାଲୁପାଲି ଗାଁର ଉମେଶ ଜଗଦଲାଙ୍କ ସଂସାର। ଚାଷରୁ ଆଶା ମରିଯିବା ପରେ ଗତକାଲି ରାତିରେ ବିଷ ପିଇ ଦେଇଥିଲେ ଉମେଶ। ଆଉ ଆଜି ବୁର୍ଲା ଡାକ୍ତରଖାନାରୁ ଶବ ହୋଇ ଘରକୁ ଫେରିଲେ। ପରିବାର ଲୋକଙ୍କ ଅଭିଯୋଗ, ଭାଗକୁ ୪ ଏକର ଜମି ଆଣି ସେଥିରେ ଧାନ ଚାଷ କରିଥିଲେ ଉମେଶ। ହେଲେ ଅମଳ ବେଳକୁ ସେଥିରେ ଚରିଗଲା ଚକଡ଼ା ପୋକ। ତେଣୁ ଋଣ ଓ ହାତ ଉଧାରୀ […]

farmer

Rakesh Mallick
  • Published: Friday, 15 December 2017
  • , Updated: 15 December 2017, 08:54 PM IST

ଭୁବନେଶ୍ୱର: ଭାସିଗଲା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଭାଲୁପାଲି ଗାଁର ଉମେଶ ଜଗଦଲାଙ୍କ ସଂସାର। ଚାଷରୁ ଆଶା ମରିଯିବା ପରେ ଗତକାଲି ରାତିରେ ବିଷ ପିଇ ଦେଇଥିଲେ ଉମେଶ। ଆଉ ଆଜି ବୁର୍ଲା ଡାକ୍ତରଖାନାରୁ ଶବ ହୋଇ ଘରକୁ ଫେରିଲେ। ପରିବାର ଲୋକଙ୍କ ଅଭିଯୋଗ, ଭାଗକୁ ୪ ଏକର ଜମି ଆଣି ସେଥିରେ ଧାନ ଚାଷ କରିଥିଲେ ଉମେଶ। ହେଲେ ଅମଳ ବେଳକୁ ସେଥିରେ ଚରିଗଲା ଚକଡ଼ା ପୋକ। ତେଣୁ ଋଣ ଓ ହାତ ଉଧାରୀ ସୁଝିବା ଚିନ୍ତାରେ ଜୀବନ ହାରି ଦେଲେ ସେ।

ଖାଲି ଉମେଶ ନୁହନ୍ତି, ଗତ ୫୦ ଦିନରେ ବରଗଡ଼ ଜିଲ୍ଲାରେ ଜୀବନ ହାରିଲେଣି ୧୨ ଜଣ ଚାଷୀ। ଅକ୍ଟୋବର ୨୬ ତାରିଖରେ ଗାଇସିଲାଟ ବ୍ଲକ୍‌ର ଇନ୍ଦ୍ର ବରିହାଙ୍କଠୁ ଆରମ୍ଭ ହୋଇଥିବା ଚାଷୀ ମୃତ୍ୟୁର ଏ ଭୟଙ୍କର ଧାରା ଯେମିତି ଥମିବାର ନାଁ ନେଉନି। ଚକଡ଼଼ା ପୋକ ହେଉ କି, ମରୁଡ଼ିରୁ ଚାଷ ନଷ୍ଟ ଓ ଋଣଭାର ପାଇଁ ଇନ୍ଦ୍ରଙ୍କ ଭଳି ଜଗଦୀଶ ବୁଡ଼େକ, ଅକ୍ଷୟ ଧରାଇ, ବୃନ୍ଦାବନ ସାହୁ, ପି. ନବୀନ କୁମାର, ଭକ୍ତ ଭୁଏ, ପ୍ରଦୀପ ଖମାରୀ, ଦେବାନନ୍ଦ ଥପା, ଉମାକାନ୍ତ ସାହୁ, ଅର୍ଜୁନ ସତନାମୀ, ଦୈତାରୀ ରଣାଙ୍କ ଭଳି ଚାଷୀ ଜଣକ ପରେ ଜଣେ ଆତ୍ମହତ୍ୟା କରିଚାଲିଛନ୍ତି। ଏଠି ପ୍ରଶ୍ନ ବରଗଡ଼ ଭଳି କୃଷି ସମ୍ପନ୍ନ ଜିଲ୍ଲାରେ ଚାଷୀ ଆତ୍ମହତ୍ୟାର ଏ ଧାରା କେଉଁଠି ବନ୍ଦ ହେବ?  ଓଡ଼ିଶାର ବିଦର୍ଭ ପାଲଟିଲାଣି କି ବରଗଡ଼? ଚାଷୀ ଆତ୍ମହତ୍ୟାକୁ ନେଇ ଅପଖ୍ୟାତ ମହାରାଷ୍ଟ୍ରର ବିଦର୍ଭ ଭଳି ବରଗଡ଼ରେ ବି ଭୟଙ୍କର ଭାବେ ବଢ଼ିଚାଲିଛି ଚାଷୀ ଆତ୍ମହତ୍ୟାର ଧାରା। ଅତାବିରାର ଭାଲୁପାଲିରେ ଜଣେ ଚାଷୀଙ୍କ ମୃତ୍ୟୁ ସହ ୫୦ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୨ ଜଣ ଚାଷୀ ଆତ୍ମହତ୍ୟା କରି ସାରିଲେଣି। ହେଲେ ଏବେ ବି ଚାଷ ପାଇଁ ଯେ ଚାଷୀ ମରୁଛି ତାହା ମାନିବାକୁ ପ୍ରସ୍ତୁତ ନାହାନ୍ତି ଆମ ସରକାର।

ଚାଷୀ ନେତା ଲିଙ୍ଗରାଜ କହିଛନ୍ତି, ଚାଷୀ ଆତ୍ମହତ୍ୟା ସହିତ ଫସଲହାନି ଓ ଋଣର କିଛି ସଂପର୍କ ନାହିଁ ବୋଲି ଓଡ଼ିଶା ସରକାର ଗ୍ରହଣ କରିବାକୁ ରାଜି ନୁହଁନ୍ତି। ଚାଷ କ୍ଷେତ୍ରରେ ଏଭଳି ସଂକଟକୁ ସରକାର ସ୍ୱୀକାର କରୁନଥିବା ବେଳେ ବରଗଡ଼ର ଚାଷୀଙ୍କ ଆତ୍ମହତ୍ୟା ପ୍ରବଣତାକୁ ରୋକା ଯାଇପାରିବ ତାହା ଚିନ୍ତାର ବିଷୟ ହୋଇଛି।

ସରକାର ଫାଙ୍କି ଚାଲିଛନ୍ତି। ଏଣେ ଚାଷୀ ଜୀବନ ହାରି ଚାଲିଛନ୍ତି। ଆଉ କେତେ ଚାଷୀ ଆତ୍ମହତ୍ୟା କଲେ ଚାଷ ପାଇଁ ହିଁ ଚାଷୀ ମରୁଛି ବୋଲି ସରକାର ମାନିବେ ତାହାହିଁ ବଡ଼ ପ୍ରଶ୍ନ।

Related story