କାଳବୈଶାଖୀ; ବରଗଡ଼ ଓ ଯାଜପୁରରେ ୩ ମୃତ

ବରଗଡ଼/ଯାଜପୁର: କାଳବୈଶାଖୀ ତାଣ୍ଡବରେ ବରଗଡ଼ ଓ ଯାଜପୁରରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ଆଜି ବରଗଡ଼ ଆକାଶ ମେଘାଚ୍ଛନ୍ନ ହୋଇ ଥିଲା। ପରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପବନ ସାଙ୍ଗକୁ ବର୍ଷା ହୋଇଥିଲା। ଝଡ଼ ପବନ ଯୋଗୁଁ ଗାନ୍ଧୀ ଛକ ସ୍ଥିତ ନିମ ଗଛ ମୂଳରେ ଜଣେ ବ୍ୟକ୍ତି ଅଟୋ ଭିତରେ ବସିଥିଲେ। ଏହି […]

baragaf

Rakesh Mallick
  • Published: Saturday, 20 May 2017
  • , Updated: 20 May 2017, 11:00 PM IST

ବରଗଡ଼/ଯାଜପୁର: କାଳବୈଶାଖୀ ତାଣ୍ଡବରେ ବରଗଡ଼ ଓ ଯାଜପୁରରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା।

ଆଜି ବରଗଡ଼ ଆକାଶ ମେଘାଚ୍ଛନ୍ନ ହୋଇ ଥିଲା। ପରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପବନ ସାଙ୍ଗକୁ ବର୍ଷା ହୋଇଥିଲା। ଝଡ଼ ପବନ ଯୋଗୁଁ ଗାନ୍ଧୀ ଛକ ସ୍ଥିତ ନିମ ଗଛ ମୂଳରେ ଜଣେ ବ୍ୟକ୍ତି ଅଟୋ ଭିତରେ ବସିଥିଲେ। ଏହି ସମୟରେ ଗଛର ଡାଳ ଭାଙ୍ଗି ଅଟୋ ଉପରେ ପଡ଼ିଥିଲା। ଫଳରେ ସେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଏସ୍‌ପି ଅଫିସ୍‌ ରାସ୍ତା, ତହସିଲ ଛକ, ମୁଖ୍ୟ ବଜାର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡ଼ିବାରୁ ବିଜୁଳି ସରବରାହ ବନ୍ଦ ରହିଥିଲା।

ବାଳବୈଶାଖୀ ପ୍ରଭାବରେ ଯାଜପୁର ଚଣ୍ଡିଖୋଲରେ କଣ୍ଟେନର ଓଲଟି ପଡ଼ିଥିଲା। ଫଳରେ ଦୁଇଟି ବାଇକର ୨ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Related story