ଅଜଣା ଗାଡ଼ି ଧକ୍କାରେ ୨ବାଇକ୍ ଆରୋହୀ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାର ବଡ଼ସାହି-ବେତନଟୀ ରାସ୍ତାର କଇଁସାରୀ ଛକରେ ଅଜଣା ଗାଡ଼ି ଧକ୍କାରେ ୨ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳି ପାରିନାହିଁ।

ଆଜି ସକାଳେ ଦୁଇଜଣ ଯୁବକ ବାଇକ୍‌ରେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଘଟଣା ସଂପର୍କରେ ପୋଲିସ୍‌କୁ ସୂଚନା ଦେଇଥିଲେ।