ବାରିପଦା: ରାସ୍ତା ଉପରେ ଜଳିଗଲା କାର

Ordigital Desk
  • Published: Saturday, 04 November 2017
  • , Updated: 04 November 2017, 10:23 PM IST
<p>ବାରିପଦା(ଓଡ଼ିଶା ରିପୋର୍ଟର): ବାରିପଦା ସହର ଷ୍ଟେସନ&zwnj; ବଜାରରେ ଛିଡା ହୋଇଥିବା ଏକ କାର୍&zwnj; ଶନିବାର ସନ୍ଧ୍ୟରେ ଜଳିଯାଇଛି। ଏହି ଇଣ୍ଡିକା ଗାଡିରେ ହଠାତ୍&zwnj; ନିଆଁ ଲାଗି ଯାଇଥିଲା । ଠିଆ ହୋଇଥିବା ଗାଡିଟି ହଠାତ୍&zwnj; ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ । ଦେଖଣାହାରୀଙ୍କ କହିବା ମୁତାବକ ଗାଡିଟିରେ ଜଣେ ବ୍ୟକ୍ତି ଥିଲେ । ନିଆଁ ଲାଗିବା ଦେଖି ସେ ଗାଡିରୁ ଡେଇଁ ପଳାଇଥିଲେ। ତେବେ ଗାଡିଟି କେଉଁଠାରୁ ଆସିଲା ଓ ତାଙ୍କର ମାଲିକ କିଏ ସେ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଜଣାପଡିନାହିଁ। ଖବର ପାଇ ଦମକଳ ଗାଡି ଆସି ନିଆଁକୁ ଆୟତ କରିଥିଲା।</p>

Related story