ବାରିପଦା(ମାଣିକଲାଲ୍ ପାଣି): ନୂଆବର୍ଷରେ ଖୋଲିବ ଦ୍ଵିତୀୟ ଶ୍ରୀ କ୍ଷେତ୍ର। ମନ୍ଦିର ଖୋଲିବା ନେଇ ମୟୂରଭଞ୍ଜ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆସନ୍ତା ୫ ତାରିଖରୁ ବାରିପଦା ସ୍ଥିତି ପ୍ରଭୁ ଶ୍ରୀ ହରିବଳଦେବ ଜିୟୁ ବିଜେଙ୍କ ମନ୍ଦିର ସମେତ ଜିଲ୍ଲାର ସମସ୍ତ ମଠ ଓ ମନ୍ଦିର ଖୋଲିବ।
ମନ୍ଦିର ଖୋଲିବା ନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଧର୍ମାନୁଷ୍ଠାନର ଅଧିକାରୀଙ୍କ ସହ ଆଲୋଚନା ପରେ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ବାରିପଦା ସମେତ ଖିଚଂ ମନ୍ଦିର, କଖାରୁଆ ବୈଦ୍ୟନାଥ ମନ୍ଦିର, ଶିମିଳେଶ୍ଵର ମନ୍ଦିର, ଦେବକୁଣ୍ଡ ମା’ ଅମ୍ବିକା ଦେବୀଙ୍କ ମନ୍ଦିର ପରି ସମସ୍ତ ମନ୍ଦିର ଆସନ୍ତା ୫ ତାରିଖରୁ ଖୋଲାଯିବା। କୋଭିଡ୍ ଗାଇଡ୍ଲାଇନ୍ ମାନି ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି। ସେବାୟତମାନେ ସାନିଟାଇଜ ବ୍ୟବହାର କରିବେ ଓ ମାକ୍ସ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।