ଖାତା ଖୋଲୁ ଖୋଲୁ ଖୋଲିଗଲା ମୁଖା: ବନ୍ଧା ହେଲେ ବ୍ୟାଙ୍କ ବାବୁ....କଣ କଲେ ମ୍ୟାନେଜର

ରାଇରଙ୍ଗପୁର: ବ୍ୟାଙ୍କ ଭିତରେ ଜଣେ ନାବାଳିକାକୁ ଅସଦାଚରଣ। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ବହଳଦା ଏସ୍‌ବିଆଇରେ ଏପରି ଅଭାବନୀୟ ଘଟଣା ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ବ୍ୟାଙ୍କର ସହକାରୀ ମ୍ୟାନେଜରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ଜାମଦା ବ୍ଲକ ଅଞ୍ଚଳର ବାପ ଓ ଝିଅ ବହଳଦା ଏସ୍‌ବିଆଇରେ ଜମା ଖାତା ଖୋଲିବା ପାଇଁ ଯାଇଥିଲେ। ସେମାନେ ବାହାରେ କିଛି ସମୟ ବସିବା ପରେ ବ୍ୟାଙ୍କର ସହକାରୀ ମ୍ୟାନେଜର […]

bank manager

bank manager

Rakesh Mallick
  • Published: Friday, 19 May 2017
  • Updated: 19 May 2017, 05:59 PM IST

Sports

Latest News

ରାଇରଙ୍ଗପୁର: ବ୍ୟାଙ୍କ ଭିତରେ ଜଣେ ନାବାଳିକାକୁ ଅସଦାଚରଣ। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ବହଳଦା ଏସ୍‌ବିଆଇରେ ଏପରି ଅଭାବନୀୟ ଘଟଣା ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ବ୍ୟାଙ୍କର ସହକାରୀ ମ୍ୟାନେଜରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗତକାଲି ଜାମଦା ବ୍ଲକ ଅଞ୍ଚଳର ବାପ ଓ ଝିଅ ବହଳଦା ଏସ୍‌ବିଆଇରେ ଜମା ଖାତା ଖୋଲିବା ପାଇଁ ଯାଇଥିଲେ। ସେମାନେ ବାହାରେ କିଛି ସମୟ ବସିବା ପରେ ବ୍ୟାଙ୍କର ସହକାରୀ ମ୍ୟାନେଜର ଦେବାଶିଷ ବେହେରା ସେମାନଙ୍କୁ ଚ୍ୟାମ୍ୱର ଭିତରକୁ ଡାକି ନେଇଥିଲେ। ଦେବାଶିଷ ପ୍ରଥମେ ସେମାନଙ୍କ କାଗଜପତ୍ର ଯାଞ୍ଚ କରିଥିଲେ। ପରେ ନାବାଳିକାଙ୍କ ବାପାଙ୍କୁ କାଗଜପତ୍ର ଜେରେକ୍ସ କରିବାକୁ ପାଠାଇ ଥିଲେ। ବାପାଙ୍କ ଅନୁପସ୍ଥିତିରେ ଦେବାଶିଷ ନାବାଳିକାଙ୍କ ସହିତ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

କାଗଜପତ୍ର ଜେରେକ୍ସ କରି ଫେରିବା ପରେ ନାବାଳିକା ଘଟଣା ସମ୍ପର୍କରେ ତାଙ୍କ ବାପାଙ୍କୁ କହିଥିଲେ। ଘଟଣା ପ୍ରଘଟ ହେବା ପରେ ବ୍ୟାଙ୍କରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ପୋଲିସ ଅଭିଯୁକ୍ତ ସହକାରୀ ବ୍ୟାଙ୍କ ମ୍ୟାନେଜର ଦେବାଶିଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦେବାଶିଷଙ୍କ ଘର ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos