ଏ ଯୁଗର ଶ୍ରବଣ କୁମାର: ନ୍ୟାୟ ପାଇଁ ବାପା ଓ ମା’ଙ୍କୁ ଭାରରେ ବୋହି ଆଣିଲେ କୋର୍ଟ

Ordigital Desk
  • Published: Thursday, 17 August 2017
  • , Updated: 17 August 2017, 04:28 PM IST
<p>ବାରିପଦା: ପୋଲିସ ପ୍ରଶାସନ ଉପରୁ ଭରସା ଉଠିଗଲା। ମିଥ୍ୟା ମାମଲାରେ ଛନ୍ଦି ହୋଇଥିବା ଜଣେ ଯୁବକ ନ୍ୟାୟ ପାଇଁ ବାରମ୍ୱାର କୋର୍ଟରେ ଚକ୍କର କାଟୁଥିଲେ। ଶେଷରେ ଉପାୟଶୂନ ହୋଇ ଯୁବକ ଜଣକ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଶ୍ରବଣକୁମାର ହୋଇଛନ୍ତି। ଶ୍ରବଣ କୁମାରଙ୍କ ପରି ନିଜ ବାପା ଓ ମାଆଙ୍କୁ ଭାରରେ ବୋହି କୋର୍ଟ ଆଣିଛନ୍ତି। ଏପରି ଏକ ହୃଦୟସ୍ପର୍ଶୀ ଘଟଣା ବାରିପଦାରେ ଘଟିଛି।</p> <p>[vc_video link=&quot;&quot; align=&quot;center&quot;]</p> <p>ମୋରଡ଼ା ଥାନା ମୋହନପୁର ଗାଁର କାର୍ତ୍ତିକ ସିଂହ। ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି। ୨୦୦୯ ମସିହାରେ ସେ ମହିଳା ନିର୍ଯାତନା ମାମଲାର ଛନ୍ଦି ହୋଇ ପଡ଼ିଥିଲେ। ଏହି ମାମଲାରେ ନ୍ୟାୟ ପାଇବା ପାଇଁ ସେ ବାରମ୍ବାର କୋର୍ଟକୁ ଯାଉଥିଲେ। ମାତ୍ର ନିରାଶହୋଇ ଫେରୁଥିଲେ। ମାମଲା ଫଇସଲା ହେଉନଥିବାରୁ ନାନା ଅସୁବିଧାରେ ପଡ଼ୁଥିଲେ। ପୋଲିସ ତାଙ୍କ ବିରୋଧରେ ମିଥ୍ୟା ମାମଲା ଦାୟର କରିଥିବାରୁ ସେ ଏପରି ହଇରାଣ ହେଉଛନ୍ତି ବୋଲି ଅଭିଯୁକ୍ତ ହେଉଛି।</p> <p>ପୋଲିସ ତାଙ୍କୁ ମିଥ୍ୟା ମାମଲାରେ ଫସାଇ ଦେଇଥିବା ଅଭିଯୋଗ କରି ବିଚାରପତି ଓ ସାଧାରଣ ଲୋକଙ୍କ ସହାନୁଭୂତି ସାଉଁଟିବା ପାଇଁ ଶେଷରେ କାର୍ତ୍ତିକ ନିଜ ବୃଦ୍ଧ ବାପା ଓ ମାଆଙ୍କୁ ଭାରରେ ବୋହି କୋର୍ଟକୁ ଆଣିଥିଲେ। ଏହା ସାଧାରଣଙ୍କ ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଥିବା ବେଳେ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିରୁ ସ୍ପଷ୍ଟ ହେଉଛି ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କର ପୋଲିସ ପ୍ରଶାସନ ଉପରୁ ଭରସା ଉଠିଯାଉଛି।</p>

Related story