ବାରିପଦା (ମାଣିକଲାଲ ପାଣି): ଗତ ରାତିରେ ବାରିପଦାରେ ଏକ ଅଘଟଣ ଘଟିଛି। ଗାଡ଼ି ଚେକିଂ ବେଳେ ବାଇକ୍ ଧକ୍କାରେ ଟାଉନ୍ ଥାନା ସବଇନ୍ସପେକ୍ଟର ଦୟାନିଧି ଦାସଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲ’ କଲେଜ ସମ୍ମୁଖରେ ଏମଭିଆଇ ଚେକିଂ ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଚେକିଂ ଚାଲିଥିବାବେଳେ ଖସିବାକୁ ଉଦ୍ୟମ କରୁଥିବା ଏକ ବାଇକ୍ ଏସ୍ଆଇ ଦୟାନିଧି ଦାସଙ୍କୁ ଧକ୍କା ଦେଇଥିଲା ।
ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ମୟୂରଭଞ୍ଜ ଜିଲ୍ଲା ଏସ୍ପି ସ୍ମିତ ପରମାର ପୁରୁଷୋତ୍ତମ ଦାସ ମେଡିକାଲ ଯାଇ ଘଟଣା ସମ୍ପର୍କରେ ବୁଝିଥିଲେ। ଏଥିସହ ମୃତକଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ।
ଦୁର୍ଘଟଣା ଘଟାଇଥିବା ୨ ବାଇକ୍ ଆରୋହୀଙ୍କୁ ପୁଲିସ୍ ଅଟକ ରଖିଛି। ଆଜି ଶବ ବ୍ୟବଚ୍ଛେଦ ପରେ ଏସ୍ଆଇ ଦୟାନିଧି ଦାସଙ୍କୁ ବାରିପଦା ପୁଲିସ୍ ରିଜର୍ଭ ପଡ଼ିଆରେ ଗାର୍ଡ ଅଫ୍ ଅନର ଦିଆଯିବ। ଏହାପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବାଲି ମାଫିଆଙ୍କ ଦାଦାଗିରି; ପ୍ରତିବାଦ କରିବାରୁ ମୁଣ୍ଡ ଫଟାଇଦେଲେ
ଗାଁର ଯୁବକ ମାନସ କୁମାର ସାହୁ ବିରୋଧ କରିଥିଲେ। ବାଲି ବୋଝେଇ ଟ୍ରାକ୍ଟର ଅଟକାଇ ଦୃତଗତିରେ କ’ଣ ପାଇଁ ଗାଡି ଚଳାଉଛ ବୋଲି ପଚାରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ବାଲି ମାଫିଆମାନେ ତାଙ୍କୁ ଆକ୍ରମଣ କରିଥିଲେ। ପଥରରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିବା ଅଭିଯୋଗ ହୋଇଛି।
Events & Festivals
ଚନ୍ଦ୍ରଭାଗା ବୁଡ଼ ପାଇଁ ବସିଲା ପ୍ରଥମ ସମନ୍ୱୟ ବୈଠକ
ଚନ୍ଦ୍ରଭାଗା ବୁଡ଼ ପାଇଁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ରହିବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ତିନି ଠାକୁରଙ୍କ ସେବାୟତଙ୍କ ଉପସ୍ଥିତିରେ ଠାକୁରମାନଙ୍କ ଶୋଭାଯାତ୍ରା ଓ ମହାସ୍ନାନ ସମ୍ପର୍କରେ ଆଲୋଚନା କରାଯାଇଥିଲା।
Crime
ଦେଖି ପାରିଲେନି ଉଜୁଡ଼ା ଫସଲ, ଟଳି ପଡ଼ିଲେ ଚାଷୀ
ଅଦିନିଆ ବର୍ଷା ଯୋଗୁ ବର୍ଷକର ପରିଶ୍ରମ ଧୋଇ ଯାଇଥିବା ବେଳେ ଏହାକୁ ଦେଖି ସହି ପାରିଲେନି ଚାଷୀ। ପରିବାର ମୁହଁରେ କିପରି ଦାନା ଦେବେ ଭାବି ସେହିଠାରେ ହିଁ ସେ ଟଳି ପଡ଼ିଲେ।
Science & Environment
ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲୁଛି ଜିନ୍ନତ, ଖୁବ୍ ଶୀଘ୍ର ହେବ ଟ୍ରାଙ୍କୁଲାଇଜ
ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ବନ ବିଭାଗ ଜିନ୍ନତକୁ ଟ୍ରାକ କରୁଛନ୍ତି । ଜିନ୍ନତକୁ ଖାଦ୍ୟ ଦେବା ପାଇଁ ଚେଷ୍ଟା କରାଯାଉଛି । ଖାଦ୍ୟ ଗ୍ରହଣ କରିବା ପରେ ତାକୁ ଟ୍ରାଙ୍କୁଲାଇଜ୍ କରାଯିବ ।
Crime
ଚାଷ ଉଜାଡ଼ି ଦେଲା ଅଦିନିଆ ବର୍ଷା, ଜୀବନ ହାରିଲେ ଚାଷୀ
ଦୈତାରୀଙ୍କର ନିଜର କିଛି ବିଲ ନ ଥିବା ବେଳେ ସେ ଭାଗ ଚାଷ କରିଥାନ୍ତି। ଚଳିତ ବର୍ଷ ଚାଷ କରିବା ନିମନ୍ତେ ସେ ବହୁ ଟଙ୍କା଼ ଲୋନ୍ ବି କରିଥିଲେ।