ବାରିପଦା ଅର୍ବାନ ବ୍ୟାଙ୍କ: ପ୍ରଥମ ଦିନରେ ଟଙ୍କା ଫେରିପାଇଲେ ୪୩୭ ଜମାକାରୀ

ବାରିପଦା(ମାନିକ ଲାଲ ପାଣି): ଦୀର୍ଘବର୍ଷର ଅପେକ୍ଷାର ଅନ୍ତ ଘଟିଲା। କଳ୍ପନାଜଳ୍ପନା ଓ ଆରୋପ ପ୍ରତ୍ୟାରୋପ ପରେ ଆଜି ବାରିପଦା ସମବାୟ ବ୍ୟାଙ୍କର ଜମାକାରୀ ଟଙ୍କା ଫେରିପାଇଛନ୍ତି। ବୁଧବାର ପ୍ରଥମ ଦିନରେ ୪୩୭ ଜମାକାରୀ ୭ କୋଟି ୭ ଲକ୍ଷ ୪୨ ହଜାର ଟଙ୍କା ଫେରିପାଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ବାରିପଦା ଡିଆର୍‌ସିଏସ୍‌ ଦମୟନ୍ତୀ ସିଂହ। ୨୦୧୪ ମସିହାରେ ବାରିପଦା ଅର୍ବାନ ବ୍ୟାଙ୍କର ପରିଚାଳନାଗତ ତ୍ରୁଟି ଯୋଗୁ ଲାଇସେନ୍ସ ରଦ୍ଦ କରିଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏହା ପରେ […]

Baripada Urban Co-op Bank

Baripada Urban Co-op Bank

Manoranjan Sial
  • Published: Wednesday, 17 February 2021
  • Updated: 17 February 2021, 06:50 PM IST

Sports

Latest News

ବାରିପଦା(ମାନିକ ଲାଲ ପାଣି): ଦୀର୍ଘବର୍ଷର ଅପେକ୍ଷାର ଅନ୍ତ ଘଟିଲା। କଳ୍ପନାଜଳ୍ପନା ଓ ଆରୋପ ପ୍ରତ୍ୟାରୋପ ପରେ ଆଜି ବାରିପଦା ସମବାୟ ବ୍ୟାଙ୍କର ଜମାକାରୀ ଟଙ୍କା ଫେରିପାଇଛନ୍ତି। ବୁଧବାର ପ୍ରଥମ ଦିନରେ ୪୩୭ ଜମାକାରୀ ୭ କୋଟି ୭ ଲକ୍ଷ ୪୨ ହଜାର ଟଙ୍କା ଫେରିପାଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ବାରିପଦା ଡିଆର୍‌ସିଏସ୍‌ ଦମୟନ୍ତୀ ସିଂହ।

୨୦୧୪ ମସିହାରେ ବାରିପଦା ଅର୍ବାନ ବ୍ୟାଙ୍କର ପରିଚାଳନାଗତ ତ୍ରୁଟି ଯୋଗୁ ଲାଇସେନ୍ସ ରଦ୍ଦ କରିଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏହା ପରେ ଜମାକାରୀଙ୍କ ନିଜ ଗଚ୍ଛିତ ଟଙ୍କା ଫେରି ପାଇବାକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା। ଯେଉଁଥିପାଇଁ ମାମଲା ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟକୁ ଯାଇଥିଲା। ତେବେ ବିଭିନ୍ନ ତର୍କ ବିତର୍କ ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ବାରିପଦା ଡିଆର୍‌ସିଏସ୍‌ ଦମୟନ୍ତୀ ସିଂହଙ୍କୁ ଡାଇରେକ୍ଟର ଅଫ୍‌ ରେଜିଷ୍ଟ୍ରାର ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେବା ପରେ ବୁଧବାର ବ୍ୟାଙ୍କ ଚଳଚଞ୍ଚଳ ହୋଇଥିଲା।

ବାରିପଦା ଅର୍ବାନ ବ୍ୟାଙ୍କରେ ଥିବା ୭୭ ହଜାର ଜମାକାରୀ ଶହେ କେଟିରୁ ଅଧିକ ଟଙ୍କା ଫେରି ପାଇବାକୁ ଥିବା ବେଳେ ଆଜି ପ୍ରଥମ ଦିନରେ ୪୩୭ ଜଣ ଜମାକାରୀ ୭କୋଟି ୭ ଲକ୍ଷ ୪୨ ହଜାର ଟଙ୍କା ଫେରାଇଛି। ବ୍ୟାଙ୍କ ଏହି ଟଙ୍କାକୁ ଜମାକାରୀ ଦେଇଥିବା ଆକାଉଣ୍ଟକୁ ପଠାଇ ଥିବା ଡିଆର୍‌ସିଏସ୍‌ ସୂଚନା ଦେଇଛନ୍ତି।

ବାରିପଦା ଅର୍ବାନ ବ୍ୟାଙ୍କର ରାଇରଙ୍ଗପୁର, କରଞ୍ଜିଆ, ଉଦଳା ଓ ବାରିପଦା ଶାଖାରୁ ଏହି ଜମାକାରୀମାନେ ଟଙ୍କା ଫେରି ପାଇଛନ୍ତି। ଯେଉଁ ଜମାକାରୀ ଟଙ୍କା ଫେରି ପାଇବାକୁ ଆବେଦନ କରିଥିଲେ, ସେହିମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟଙ୍କା ଫେରା ଯାଇଛି। ଆଗାମୀ ଖୁବ୍‌ ଅଳ୍ପ ଦିନରେ ବ୍ୟାଙ୍କ ସମସ୍ତ ଟଙ୍କା ଦେବାକୁ  ପ୍ରଚେଷ୍ଟା ଜାରି ରଖିଛି ବୋଲି ଡିଆର୍‌ସିଏସ୍ ଦମୟନ୍ତୀ ସିଂହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos