ଟଙ୍କା ଫେରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଦ୍ୱନ୍ଦ୍ୱରେ ଜମାକାରୀ

କଟକ (ଓଡ଼ିଶା ରିପୋର୍ଟର): ବାରିପଦା ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କର ସମସ୍ତ ଜମାକାରୀଙ୍କୁ ଜମାଟଙ୍କା ଫେରାଅ। ଏ ସମ୍ପର୍କିତ ଏକ ମାମଲାରେ ଥିବା ଅନ୍ତରୀଣ ନିର୍ଦ୍ଦେଶକୁ ହଟାଇ ହାଇକୋର୍ଟଙ୍କ ଡିଭିଜନ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜମାକାରୀଙ୍କୁ ଚିହ୍ନଟ ଓ ସମସ୍ତ ପ୍ରକ୍ରିୟା ଅନୁସରଣ କରି ୮ ସପ୍ତାହ ମଧ୍ୟରେ ଜମାଟଙ୍କା ଫେରସ୍ତ କରିବାକୁ କୋର୍ଟ ସ୍ପଷ୍ଟ କରିଛନ୍ତି। ବ୍ୟାଙ୍କିଙ୍ଗ ଲାଇସେନ୍ସ ପାଇଥିବା ବାରିପଦା ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କରେ ଆର୍ଥିକ ଅନିୟମିତତାର ଅଭିଯୋଗ ଆସିଥିଲା। ଫଳରେ ୨୦୧୪ ଅକ୍ଟୋବର […]

Orissa High Court

Orissa High Court

Manoranjan Sial
  • Published: Tuesday, 15 September 2020
  • Updated: 15 September 2020, 06:11 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ବାରିପଦା ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କର ସମସ୍ତ ଜମାକାରୀଙ୍କୁ ଜମାଟଙ୍କା ଫେରାଅ। ଏ ସମ୍ପର୍କିତ ଏକ ମାମଲାରେ ଥିବା ଅନ୍ତରୀଣ ନିର୍ଦ୍ଦେଶକୁ ହଟାଇ ହାଇକୋର୍ଟଙ୍କ ଡିଭିଜନ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜମାକାରୀଙ୍କୁ ଚିହ୍ନଟ ଓ ସମସ୍ତ ପ୍ରକ୍ରିୟା ଅନୁସରଣ କରି ୮ ସପ୍ତାହ ମଧ୍ୟରେ ଜମାଟଙ୍କା ଫେରସ୍ତ କରିବାକୁ କୋର୍ଟ ସ୍ପଷ୍ଟ କରିଛନ୍ତି।

ବ୍ୟାଙ୍କିଙ୍ଗ ଲାଇସେନ୍ସ ପାଇଥିବା ବାରିପଦା ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କରେ ଆର୍ଥିକ ଅନିୟମିତତାର ଅଭିଯୋଗ ଆସିଥିଲା। ଫଳରେ ୨୦୧୪ ଅକ୍ଟୋବର ୧ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏହାର ଲାଇସେନ୍ସକୁ ରଦ୍ଦ କରି ଦେଇଥିଲେ। ଆର୍‌ବିଆଇଙ୍କ ଏପରି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଅପିଲ୍‌ କରାଯାଇଥିଲା। ୨୦୧୮ ଏପ୍ରିଲ ୨୪ ତାରିଖରେ ଏହି ମାମଲାକୁ ଖାରଜ କରିଥିଲେ କୋର୍ଟ। ତା’ପରେ ମାମଲାକୁ ବିଚାର କରିବା ପାଇଁ ଓଡ଼ିଶା ହାଇକୋର୍ଟକୁ ପଠାଇ ଦେଇଥିଲେ ସୁପ୍ରିମକୋର୍ଟ।

ପରବର୍ତ୍ତୀ ସମୟରେ ବ୍ୟାଙ୍କ ଚାଲୁ କରିବା ପାଇଁ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାରି ଭିତରେ ଓଡ଼ିଶା ସରକାର ବ୍ୟାଙ୍କ ପାଇଁ ଲିକ୍ୟୁଡେଟର ନିଯୁକ୍ତ ଦେଇଥିଲେ। ତେବେ ଏହି ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା। ଏବେ ଏହି ମାମଲା ବିଚାରାଧୀନ ରହିଛି।

ତେବେ ଅନ୍ତରୀଣ ନିର୍ଦ୍ଦେଶ ଭାବେ ଗତ ଜୁନ ୨୫ ତାରିଖରେ ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ କହିଥିଲେ। ଜଣକିଆ ଖଣ୍ଡପୀଠଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଆର୍‌ବିଆଇ ପକ୍ଷରୁ ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍‌ ଅପିଲ୍‌ କରାଯାଇଥିଲା। ମାମଲାର ପାରମ୍ଭିକ ଶୁଣାଣି କରି ଡିଭିଜନ୍‌ ବେଞ୍ଚ ଜମାଟଙ୍କା ଫେରସ୍ତ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଆଜି ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ଅନ୍ତରୀଣ ରହିତା ଦେଶକୁ ହଟାଇବା ସହିତ ଜମାକାରୀଙ୍କୁ ଜମାଟଙ୍କା ଫେରସ୍ତ ଦେବାକୁ ହାଇକୋର୍ଟ କହିଛନ୍ତି। ଜମାକାରୀଙ୍କୁ ଲିକ୍ୟୁଡେଟରଙ୍କ ମାଧ୍ୟମରେ ଟଙ୍କା ଫେରସ୍ତ କରାଯିବ। ଅନ୍ୟପଟେ ଲାଇସେନ୍ସ ରଦ୍ଦ ଓ ଲିକ୍ୟୁଡେସନ୍‌ ପ୍ରକ୍ରିୟାକୁ ନେଇ ଦାୟର ମାମଲା ଜଣିକିଆ ଖଣ୍ଡପୀଠରେ ଏବେ ମଧ୍ୟ ବିଚାରାଧୀନ ରହିଛି। ତେଣୁ ଏପରି ସ୍ଥିତିରେ ବ୍ୟାଙ୍କ ଜମାକାରୀ କେମିତି ଟଙ୍କା ପାଇବେ, ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story